ସମ୍ବଲପୁର: ସହରର ରେଳ ନଗରରେ ଅନୁଷ୍ଠିତ ହୋଇଯାଇଛି ସମଲେଶ୍ବରୀ ଫିଡେ ଓପନ ରାଜ୍ୟ ସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର 65 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ନୀଳସୁ ପଟ୍ଟନାୟକ ଚମ୍ପିୟାନ ହୋଇଥିଲେ ସତ ତେବେ ଜଣେ 4 ବର୍ଷୀୟ ଶିଶୁ ପ୍ରତିଯୋଗୀ ଆକର୍ଷଣର କେନ୍ଦ୍ର ପାଲଟିଥିଲେ। ସେ ହେଉଛନ୍ତି ଭୁବନେଶ୍ବରର ଅଦିତି ମହାରଣା।
ସମଲେଶ୍ବରୀ ଫିଡେ ଓପନ ଚେସ୍ ଟୁର୍ଣ୍ଣାମେଣ୍ଟର କୁନି ଗ୍ରାଣ୍ଡମାଷ୍ଟର ଅଦିତି
ସମ୍ବଲପୁରରେ ଅନୁଷ୍ଠିତ ହୋଇଯାଇଛି ସମଲେଶ୍ବରୀ ଫିଡେ ଓପନ ରାଜ୍ୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର 65 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସବୁଠୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ଜଣେ 4 ବର୍ଷ ଶିଶୁ । ଅଧିକ ପଢନ୍ତୁ...
ଭୁବନେଶ୍ବରର ଅଦିତି ମହାରଣା। ବୟସ ମାତ୍ର 4 ବର୍ଷ । ସେ ନିଜ ବାପା ସୁରତ ମହାରଣାଙ୍କ ସହ ସମଲେଶ୍ବରୀ ଫିଡେ ଓପନ ଚେସ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ସମ୍ବଲପୁରରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ସେ ବିଶେଷ କିଛି କୃତିତ୍ବ ହାସଲ କରିନଥିଲେ । ତେବେ ନିଜର ବାପା ଓ ଜେଜେ ବୟସର ପ୍ରତିଯୋଗୀଙ୍କ ସହ ଚେସ ଖେଳିଥିଲେ। ସେ କେବଳ 8 ଟି ଷ୍ଟେପ ଖେଳି ପାରିଥିଲେ। ତେବେ ଏହି କୁନି ଝିଅର ଚେସ ପ୍ରତି ଥିବା ଆଗ୍ରହ ସମସ୍ତଙ୍କୁ ଚକିତ କରିଥିଲା । ସେ ଅଢେଇ ବର୍ଷରୁ ନିଜ ବାପାଙ୍କ ଠାରୁ ଚେସ ଖେଳ ଶିଖୁଛନ୍ତି। ଆଉ ଆଗକୁ ଗୋଟିଏ ବଡ ଖେଳାଳି ହେବାର ଆଶା ରଖିଛନ୍ତି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ