ସମ୍ବଲପୁର: ଗୁରୁବାର ରାଜ୍ୟ ସରକାରଙ୍କ ମାସ୍କ କିଣାବିକା ଦୁର୍ନୀତି ଓ ବୁର୍ଲା ମେଡିକାଲରେ ଏମଆରଆଇ ପରୀକ୍ଷଣରେ ହେଉଥିବା ଅନିୟମିତତାକୁ ନେଇ ପ୍ରତିବାଦ କରିଛି ସମ୍ବଲପୁର ପଶ୍ଚିମାଞ୍ଚଳ ଏକତା ମଞ୍ଚ ।
2ଟି ଯାକ ଦୁର୍ନୀତି ସ୍ବାସ୍ଥ୍ୟ ବିଭାଗରେ ହୋଇଥିବାବେଳେ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଏହାର ପ୍ରତିବାଦ କରିଛି ମଞ୍ଚ । ଏହାସହ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କୁ ଯଥାଶୀଘ୍ର ନିଲମ୍ବିତ କରିବା ସହ ଏହି ଦୁର୍ନୀତିର ତଦନ୍ତ ହାଇକୋର୍ଟର ଅବସର ପ୍ରାପ୍ତ ଜଣେ ବିଚାରପତିଙ୍କ ଦ୍ବାରା କରାଯାଉ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।