ଓଡିଶା

odisha

ETV Bharat / city

ବନ୍ଦ ହେଲା ସମ୍ବଲପୁର କୋଭିଡ ହସ୍ପିଟାଲ

ରାଜ୍ୟରେ କୋରୋନା ସଂକ୍ରମଣରେ ସୁଧାର ଆସିବାରେ ଲାଗିଛି । ସମ୍ବଲପୁର ଜିଲ୍ଲାରେ ମଧ୍ୟ ମହାମାରୀ ନିୟନ୍ତ୍ରଣ ହେବାରେ ଲାଗିଛି । ଫଳରେ ସମ୍ବଲପୁରର କୋଭିଡ ହସ୍ପିଟାଲକୁ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ...

ବନ୍ଦ ହେଲା ସମ୍ବଲପୁର କୋଭିଡ ହସ୍ପିଟାଲ
ବନ୍ଦ ହେଲା ସମ୍ବଲପୁର କୋଭିଡ ହସ୍ପିଟାଲ

By

Published : Nov 17, 2020, 12:29 PM IST

ସମ୍ବଲପୁର: ବନ୍ଦ ହେଲା ସମ୍ବଲପୁର କୋଭିଡ ହସ୍ପିଟାଲ । ଦ୍ରୁତ ଗତିରେ କୋରୋନା ସଂକ୍ରମଣ ହ୍ରାସ ପରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଏନେଇ ସମ୍ବଲପୁର ସିଡିଏମଓ ଶଶୀଭୂଷଣ ପଟେଲ ସୂଚନା ଦେଇଛନ୍ତି।

ବନ୍ଦ ହେଲା ସମ୍ବଲପୁର କୋଭିଡ ହସ୍ପିଟାଲ

ରାଜ୍ୟରେ ସଂକ୍ରମଣ ବଢିବାରୁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟକୁ କୋଭିଡ ହସ୍ପିଟାଲରେ ରୂପାନ୍ତର କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାରେ କୋରୋନା ନିୟନ୍ତ୍ରଣକୁ ଆସିବାରେ ଲାଗିଛି । ଫଳରେ ଏଠାରେ ଥିବା ସମସ୍ତ ରୋଗୀଙ୍କୁ ଅନ୍ୟ କୋଭିଡ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି । ଆସନ୍ତା 20 ତାରିଖରୁ ପୁନଶ୍ଚ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭାବେ କାର୍ଯ୍ୟ କରିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି । ତେବେ ହସ୍ପିଟାଲକୁ ପୁଣି ଥରେ ଆରମ୍ଭ କରିବା ପୂର୍ବରୁ ଏହାକୁ ବିଶୋଧନ କରାଯିବ । ଏନେଇ ସାନିଟାଇଜ କାର୍ଯ୍ୟ ଜୋରସୋରରେ ଚାଲିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details