ସମ୍ବଲପୁର: କୌଣସି ସାଧାରଣ ନାଗରିକ ନୁହଁନ୍ତି, ଖୋଦ ସମ୍ବଲପୁର ଜିଲ୍ଳାପାଳଙ୍କ ନାଁରେ ଖୋଲାଯାଇଛି ଫେକ ଫେସବୁକ ଆଇଡି । ଯାହାକୁ ନିଜେ ସ୍ବୀକାର କରିଛନ୍ତି ଜିଲ୍ଳାପାଳ ଶୁଭମ ସାକ୍ସେନା। ଏଥିପାଇଁ ସେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।
ଜିଲ୍ଳାପାଳଙ୍କ ନାଁରେ ଫେକ ଫେସବୁକ ଆଇଡି - sambalpur collector's fake facebook id
ସମ୍ବଲପୁର ଜିଲ୍ଳାପାଳଙ୍କ ନାଁରେ ଫେକ ଫେସବୁକ ଆଇଡି । ଯାହାକୁ ସ୍ବୀକାର କରିଛନ୍ତି ଖୋଦ ଜିଲ୍ଳାପାଳ ଶୁଭମ ସାକ୍ସେନା।
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ସମ୍ବଲପୁର ଜିଲ୍ଳାପାଳଙ୍କ ନାଁରେ ଫେକ ଫେସବୁକ ଆଇଡି
ନିଜ ନାଁରେ ଫେକ ଫେସବୁକ ଆଇଡି ଥିବା ଜାଣି ସେ ଏସପିଙ୍କୁ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ତାଙ୍କ ନାମରେ ଜଣେ ଫେକ ଫେସବୁକ ଆଇଡି କରି ଗିରଫ ହୋଇଛି। କିଛି ଦିନ ତଳେ ପାଟଣାଗଡର ବିଧାୟକ ସରୋଜ ମେହେରଙ୍କ ନାମରେ ଫେକ ଆଇଡି ଖୋଲି ଜଣେ ଯୁବକ ଗିରଫ ହୋଇଥିଲା।
ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ