ଓଡିଶା

odisha

By

Published : Oct 20, 2019, 4:58 AM IST

ETV Bharat / city

ସମ୍ବଲପୁର ସିଏସିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଓକିଲ ସଂଘ ସଭାପତି ଓ ସମ୍ପାଦକଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରସଙ୍ଗରେ ସମ୍ବଲପୁର ସିଏସିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପ୍ରତ୍ୟେକ ଓକିଲ ସଂଘ ସଭାପତି ଓ ସମ୍ପାଦକଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରସଙ୍ଗରେ ସମ୍ବଲପୁର ସିଏସିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଠାରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଆସନ୍ତା 21ତାରିଖରେ ସିଏସି ଅଧିନସ୍ଥ ସମସ୍ତ ବାର ଆସୋସିଏସନ ଏକା ସାଙ୍ଗରେ ଗୋଟିଏ ଓକିଲାତନାମା ଦାଖଲ କରିବେ । ଏହାସହ ଶନିବାର ଏକ 9 ଜଣିଆ ସୋ କଜ ଡ୍ରାଫ୍ଟ କମିଟି ଗଠିତ ହୋଇଛି । ଏହି କମିଟି ହାଇକୋର୍ଟ ତରଫରୁ ଆସିଥିବା ସୋ କଜ ନୋଟିସର ଉତ୍ତର ରଖିବା ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବ । ଯାହାକୁ ସିଏସି ଅଧୀନସ୍ଥ ସମସ୍ତ ବାର ଆସୋସିସନରେ ଗୃହୀତ କରାଯିବ । ଏହାପରେ ଡ୍ରାଫ୍ଟ ବା ଜଏଣ୍ଟ ଆଫିଡେଭିଟକୁ ହାଇକୋର୍ଟରେ ଦାଖଲ କରାଯିବ ବୋଲି ସମ୍ବଲପୁର ଓକିଲ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details