ସମ୍ବଲପୁର: ଆସନ୍ତାକାଲି ଠାରୁ ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟ 15 ଦିନ ଧରି ବନ୍ଦ ରହିବ। ଏହାସହ ସମସ୍ତ ଓକିଲଙ୍କ କାର୍ଯ୍ୟ ମଧ୍ୟ ବନ୍ଦ ରହିବ। କୋଭିଡ ସଂକ୍ରମଣ ପାଇଁ ଜିଲ୍ଲା ଓକିଲ ସଂଘ ଏହି ନିଷ୍ପତ୍ତି ନେଇଛି। କୌଣସି ଓକିଲ ବାରକୁ ଆସିପାରିବେ ନାହିଁ। କୋର୍ଟକୁ ମଧ୍ୟ ବନ୍ଦ କରିବା ପାଇଁ ଜିଲ୍ଳା ଦୌରାଜଜଙ୍କୁ ଓକିଲ ସଂଘ ନିବେଦନ କରିଛନ୍ତି। ଏନେଇ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରମୋଦ ରଥ ସୂଚନା ଦେଇଛନ୍ତି।
ମଙ୍ଗଳବାର ଠୁ 15 ଦିନ ପାଇଁ ସମ୍ବଲପୁର ଓକିଲ ସଂଘର କାର୍ଯ୍ୟ ବନ୍ଦ - ସମ୍ବଲପୁର କୋର୍ଟ ବନ୍ଦ
ମଙ୍ଗଳବାର ଠାରୁ 15 ଦିନ ପାଇଁ ସମ୍ବଲପୁର ଓକିଲ ସଂଘର କାର୍ଯ୍ୟ ବନ୍ଦ। ଏନେଇ ଜିଲ୍ଲା ଓକିଲ ସଂଘ ସଭାପତି ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...
ମଙ୍ଗଳବାର ଠାରୁ 15 ଦିନ ପାଇଁ ସମ୍ବଲପୁର ଓକିଲ ସଂଘର କାର୍ଯ୍ୟ ବନ୍ଦ
ମଙ୍ଗଳବାର ଠାରୁ 15 ଦିନ ପାଇଁ ସମ୍ବଲପୁର ଓକିଲ ସଂଘର କାର୍ଯ୍ୟ ବନ୍ଦ
ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ଵୃଦ୍ଧି ପାଉଥିବାରୁ ଏମିତି ପଦକ୍ଷେପ ନେଇଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ଅତି ଜରୁରୀ କାର୍ଯ୍ୟ ରହିଥିଲେ ତାହା ଭିଡ଼ିଓ କାଫେରେନ୍ସିଂ ମାଧ୍ୟମରେ କରିବା ପାଇଁ ମଧ୍ୟ ନିବେଦନ କରିଛି ଜିଲ୍ଲା ଓକିଲ ସଂଘ। ଯେଉଁ ପରିମାଣରେ କୋଭିଡ ସଂକ୍ରମଣ ସମ୍ବଲପୁରରେ ବଢି ବଢି ଚାଲିଛି ତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଓକିଲ ସଂଘ ସଭାପତି କହିଛନ୍ତି।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ