ଓଡିଶା

odisha

ETV Bharat / city

ସମ୍ବଲପୁର ଗସ୍ତରେ ଆରପିଏଫ ଆଇଜି, ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା - ଆରପିଏଫ ଆଇଜି ରାଜରାମ

ସମ୍ବଲପୁର ରେଳମଣ୍ଡଳ ଆରପିଏଫର କାର୍ଯ୍ୟଶୈଳୀ ତଦାରଖ କରିଛନ୍ତି ସମ୍ବଲପୁର ଗସ୍ତରେ ଥିବା ଆରପିଏଫ ଆଇଜି ରାଜରାମ । ଆରପିଏଫର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏହାର କାର୍ଯ୍ୟକଳାପର ତଦାରଖ କରିବା ସହ ସଫଳତା, କାର୍ଯ୍ୟ ସମୟରେ ଉପୁଜୁଥିବା ସମସ୍ୟା, ମାନବ ସମ୍ବଳର ସ୍ଥିତି ଓ ରେଳ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଆଦି ଉପରେ ସେ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Nov 8, 2019, 2:23 AM IST

ସମ୍ବଲପୁର: ସମ୍ବଲପୁର ରେଳମଣ୍ଡଳ ଆରପିଏଫର କାର୍ଯ୍ୟଶୈଳୀ ତଦାରଖ କରିଛନ୍ତି ସମ୍ବଲପୁର ଗସ୍ତରେ ଥିବା ଆରପିଏଫ ଆଇଜି ରାଜରାମ । ଗୁରୁବାର ସେ ସମ୍ବଲପୁର ରେଳ ମଣ୍ଡଳ ଆରପିଏଫର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏହାର କାର୍ଯ୍ୟକଳାପର ତଦାରଖ କରିବା ସହ ସଫଳତା, କାର୍ଯ୍ୟ ସମୟରେ ଉପୁଜୁଥିବା ସମସ୍ୟା, ମାନବ ସମ୍ବଳର ସ୍ଥିତି ଓ ରେଳ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଆଦି ଉପରେ ଅଲୋଚନା କରିଛନ୍ତି ।

ଏହି ଅବସରରେ ସେ ନକଲି ରେଳ ଟିକେଟ୍‌ କାରବାର ଉପରେ ରୋକ ଲଗାଇବା ପାଇଁ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ଖୋର୍ଦ୍ଧାରେ ଆରପିଏଫର ଏକ ସାଇବର ସେଲ ହେବ ବୋଲି କହିଛନ୍ତି । ଏହାସହ ସାଧାରଣ ଲୋକ ସଚେତନ ହେଲେ ଅପରାଧ ରୋକିବାରେ ଆରପିଏଫକୁ ଅଧିକ ସଫଳତା ମିଳିବ ବୋଲି ମଧ୍ୟ କହିଛନ୍ତି ।

ସମ୍ବଲପୁର ଗସ୍ତରେ ଆରପିଏଫ ଆଇଜି, ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

ରେଳ ବିଭାଗରେ ସ୍ବଚ୍ଛତା ଓ ଲୋକଙ୍କ ମଧ୍ୟରେ ସଚେତନତା ବଢିଲେ ଏହା ସାଧାରଣ ଲୋକ ପାଇଁ ଅଧିକ ସୁବିଧା ହେବ ବୋଲି ମତ ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details