ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରଙ୍କୁ ରାଗିଂ ଘଟଣା । ଏନେଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ୮ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣା ଗତ ୧୭ ତାରିଖରେ ହୋଇଥିବା ବେଳେ ଆଜି(ଗୁରୁବାର) ଲୋକଲୋଚନକୁ ଆସିଛି । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ରାଗିଂ ଘଟଣାକୁ ଖଣ୍ତନ କରିଥିବା ବେଳେ ମାଡ଼ପିଟ ଅଭିଯୋଗରେ ୮ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।
Ragging In Sambalpur School: ସହପାଠୀଙ୍କୁ ରାଗିଂ ଘଟଣା, ୮ ଛାତ୍ର ନିଲମ୍ବିତ - ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରଙ୍କୁ ରାଗିଂ
ସମ୍ବଲପୁର ଜିଲ୍ଲା ଶାସନ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରଙ୍କୁ ରାଗିଂ ଘଟଣା । ଏନେଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ୮ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ
ସୂଚନା ଅନୁସାରେ ରାଗିଂର ଶିକାର ହୋଇଥିବା ଛାତ୍ର ଜଣକ ନିଜ ସ୍କୁଲ ଛାତ୍ରବାସରେ ଥିବା ବେଳେ କିଛି ଛାତ୍ର ତାଙ୍କୁ ଉଲଗ୍ନ କରି ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ର ଜଣକ ନିଜ ପରିବାର ନିକଟରେ ଜଣାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ଆଜି କାର୍ଯ୍ୟାନୁଷ୍ଠାନ ନେଇ ସ୍କୁଲର ୮ ଜଣ ଛାତ୍ରଙ୍କୁ ନିଲମ୍ବନ କରିଛନ୍ତି । ମାଡ଼ ମାରିଥିବା 2 ଜଣ ଛାତ୍ର ଓ ଉପସ୍ଥିତ ଥିବା 6 ଜଣ ଛାତ୍ର ସହ ଦାୟିତ୍ବରେ ଥିବା ଓ୍ବାର୍ଡେନ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ