ଓଡିଶା

odisha

ETV Bharat / city

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିବସ: ସମ୍ବଲପୁରରେ ଚେତାବନୀ ଦିବସ ପାଳନ - ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ଆନ୍ଦୋଳନ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପୁଣି ତେଜିଲା ଆନ୍ଦୋଳନ। ଆଜି ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କ୍ରିୟାନୁଷ୍ଠାନ କମିଟି ଓ ନାଗରିକ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଏହି ପ୍ରସଙ୍ଗରେ ଚେତାବନୀ ଦିବସ ପାଳନ କରାଯାଇଛି। ଅଧିକ ପଢ଼ନ୍ତୁ

protest for high court bench in sambalpur
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ସମ୍ବଲପୁରରେ ଚେତାବନୀ ଦିବସ ପାଳନ

By

Published : Jul 8, 2022, 4:20 PM IST

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପୁଣି ତେଜିଲା ଆନ୍ଦୋଳନ। ଆଜି ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କ୍ରିୟାନୁଷ୍ଠାନ କମିଟି ଓ ନାଗରିକ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଏହି ପ୍ରସଙ୍ଗରେ ଚେତାବନୀ ଦିବସ ପାଳନ କରାଯାଇଛି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ସମ୍ବଲପୁରରେ ଚେତାବନୀ ଦିବସ ପାଳନ

ସମ୍ବଲପୁରର ବିଭିନ୍ନ ସ୍ଥାନରୁ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାଇକ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ପରେ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଓ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳର ନେତା ଓ କର୍ମକର୍ତ୍ତା ସାମିଲ ହୋଇ ଯଥା ଶୀଘ୍ର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ପାଇଁ ଦାବି କରିଥିଲେ । ଅନ୍ୟପଟେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ସମସ୍ୟା ହାଇକୋର୍ଟରେ ଅଟକି ରହିଥିବା କିଛି ଲୋକ ଅଭିଯୋଗ କରିଛନ୍ତି।

ଇଟିଭି ଭାରତ, ସମ୍ବଲପୁର

For All Latest Updates

TAGGED:

ABOUT THE AUTHOR

...view details