ଓଡିଶା

odisha

ETV Bharat / city

Prisoner dies: ସମ୍ବଲପୁର ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ - ସମ୍ବଲପୁର ଖବର

ସମ୍ବଲପୁର ମଣ୍ଡଳ କାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Prisoner dies: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ସମ୍ବଲପୁର ମଣ୍ଡଳ କାରାଗାରର କଏଦୀ
Prisoner dies: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ସମ୍ବଲପୁର ମଣ୍ଡଳ କାରାଗାରର କଏଦୀ

By

Published : May 8, 2022, 10:24 AM IST

Updated : May 8, 2022, 10:45 AM IST

ସମ୍ବଲପୁର:ସମ୍ବଲପୁର ମଣ୍ଡଳ କାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ହେଲେ ପରମେଶ୍ବର ମଲ୍ଲିକ । ତାଙ୍କ ଘର ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ସାଲେଟିକ୍ରା ବୋଲି ଜଣା ପଡ଼ିଛି । ଏକ ହତ୍ୟା ମାମଲାରେ ସେ ସମ୍ବଲପୁର ମଣ୍ଡଳ କରାଗାରରେ ସଜା କାଟୁଥିଲେ । ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ କାରାଗାରରେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ ।

Prisoner dies: ସମ୍ବଲପୁର ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ପରେ ତାଙ୍କୁ ଜେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେଉଁ କାରଣରୁ ସେ ଅସୁସ୍ଥ ହୋଇ ଥିଲେ ତାହା ସ୍ପଷ୍ଟ ହୋଇନାହିଁ । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 8, 2022, 10:45 AM IST

ABOUT THE AUTHOR

...view details