ଓଡିଶା

odisha

ETV Bharat / city

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି - NUA KHAI

ନୂଆଁଖାଇ ପାଳୁଛି ସମଗ୍ର ପଶ୍ଚିମ ଓଡିଶା । ଗଣପର୍ବ ଓ କୃଷି ଭିତ୍ତିକ ଏହି ପର୍ବରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି,ଲୋକସଭା ବାଚସ୍ପତି ଓମ ବିର୍ଲା ଓ ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ...

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

By

Published : Aug 23, 2020, 10:01 AM IST

Updated : Aug 23, 2020, 11:40 AM IST

ହାଇଦ୍ରାବାଦ: ଆଜି ହେଉଛି ପଶ୍ଚିମ ଓଡିଶାର ନୂଆଁଖାଇ । ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି ସମସ୍ତଙ୍କୁ ନୂଆଁଖାଇ ଜୁହାର ବୋଲି କହିଛନ୍ତି । ସେ ଉଭୟ ହିନ୍ଦୀ ଓ ଓଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟ ଯୋଗେ ଲେଖିଛନ୍ତି, ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ । ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି । ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ।

ସେହିପରି ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ନୂଆଁଖାଇର ଶୁଭେଚ୍ଛା ଦେଇଛନ୍ତି । ସେ ଟ୍ବିଟ ଯୋଗେ ହିନ୍ଦୀ ଓ ଓଡିଶା ଭାଷାରେ ନୂଆଁଖାଇ ଜୁହାର ବୋଲି କହିଛନ୍ତି। ଓମ ବିର୍ଲା ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ଓଡିଶାବାସୀଙ୍କୁ ନୂଆଖାଇ ପର୍ବ ଉପଲକ୍ଷେ ଶୁଭକାମନା। ନୂଆଁଖାଇ ନୂଆ ଫସଲର ପର୍ବ ଅଟେ। ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ତଥା ସୁଖସମୃଦ୍ଧି ଆଣିଦେଉ ଏହାହିଁ କାମନା ।

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇବା ସହ ଚାଷୀ ଭାଇଙ୍କ ପରିଶ୍ରମକୁ ସମ୍ମାନ ଜଣାଇଛନ୍ତି । ସେ ପ୍ରଥମେ ସମସ୍ତଙ୍କୁ ନୂଆଁଖାଇ ଜୁହାର ବୋଲି କହିଥିଲେ । ଓଡିଶାର ପ୍ରାଚୀନ ଗଣପର୍ବ ନୂଆଁଖାଇରେ ନୂଆ ଖାଦ୍ୟଶସ୍ୟର ପୂଜା କରାଯାଏ । ଏହି ପର୍ବରେ ଆମେ ଚାଷୀଭାଇ ପରିଶ୍ରମିକୁ ସମ୍ମାନ ଜଣେଇବା ସହ ନୂଆ ଶସ୍ୟ ଅମଳର ଆନନ୍ଦ ମନେଇଥାଉ । ଏହି ପର୍ବ ମନୁଷ୍ୟ ସହିତ ପ୍ରକୃତିର ଅତୁଟ ସମ୍ପର୍କକୁ ପ୍ରତିପାଦିତ କରିଥାଏ । ନୂଆଁଖାଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ମଧ୍ୟ ପ୍ରାର୍ଥନା କରିଛନ୍ତି ଉପରାଷ୍ଟ୍ରପତି।

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଓ ଲୋକସଭା ବାଚସ୍ପତି

ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ(ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି। ନୂଆଁଖାଇକୁ ନବାନ୍ନ ପର୍ବ ମଧ୍ୟ କହିଥାନ୍ତି ।

Last Updated : Aug 23, 2020, 11:40 AM IST

ABOUT THE AUTHOR

...view details