ଓଡିଶା

odisha

By

Published : Jul 16, 2022, 11:51 AM IST

ETV Bharat / city

ଆମ ସୁଧୀର ସାର୍‌ଙ୍କୁ ଫେରାଇଆଣ, ନଚେତ୍‌ ଯିବୁନି ସ୍କୁଲ୍‌

ଶିକ୍ଷକଙ୍କ ବଦଳିକୁ ବିରୋଧ କରି କ୍ଲାସ ବନ୍ଦ କଲେ ନକ୍ସାପାଲି ଗାଁର ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୧୧୪ ଜଣ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଶିକ୍ଷକଙ୍କ ବଦଳି ପରେ ସ୍କୁଲ କ୍ଲାସ ବନ୍ଦ କଲେ ଛାତ୍ରଛାତ୍ରୀଶିକ୍ଷକଙ୍କ ବଦଳି ପରେ ସ୍କୁଲ କ୍ଲାସ ବନ୍ଦ କଲେ ଛାତ୍ରଛାତ୍ରୀ
ଶିକ୍ଷକଙ୍କ ବଦଳି ପରେ ସ୍କୁଲ କ୍ଲାସ ବନ୍ଦ କଲେ ଛାତ୍ରଛାତ୍ରୀଶିକ୍ଷକଙ୍କ ବଦଳି ପରେ ସ୍କୁଲ କ୍ଲାସ ବନ୍ଦ କଲେ ଛାତ୍ରଛାତ୍ରୀ

ସମ୍ବଲପୁର: ଶିକ୍ଷକଙ୍କ ବଦଳିକୁ ଛାତ୍ରଛାତ୍ରୀଙ୍କ ବିରୋଧ । ପ୍ରତିବାଦରେ କ୍ଲାସ ବନ୍ଦ କଲେ ସ୍କୁଲର ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି ସମ୍ବଲପୁର ମାନେଶ୍ୱର ବ୍ଲକ ନକ୍ସାପାଲି ଗାଁର ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ପ୍ରଧାନଶିକ୍ଷକ ସୁଧୀର କୁମାର ସେଠଙ୍କ ଅନ୍ୟତ୍ର ବଦଳି ହୋଇଛି । ଏହାକୁ ବିରୋଧ କରି ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି ସ୍କୁଲ୍‌ର ସମସ୍ତ ଛାତ୍ରଛାତ୍ରୀ । ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୪ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି ।

ଶିକ୍ଷକଙ୍କ ବଦଳି ପରେ ସ୍କୁଲ କ୍ଲାସ ବନ୍ଦ କଲେ ଛାତ୍ରଛାତ୍ରୀଶିକ୍ଷକଙ୍କ ବଦଳି ପରେ ସ୍କୁଲ କ୍ଲାସ ବନ୍ଦ କଲେ ଛାତ୍ରଛାତ୍ରୀ

ତେବେ ପ୍ରଧାନଶିକ୍ଷକଙ୍କ ଅନ୍ୟତ୍ର ବଦଳିକୁ ଛାତ୍ରଛାତ୍ରୀ ଗ୍ରହଣ କରିନାହାନ୍ତି ଓ ପ୍ରତିବାଦ ପୂର୍ବକତ ସ୍କୁଲ ଆସିବା ବନ୍ଦ କରିଦେଇଛନ୍ତି । ସୁଧୀର ସାରଙ୍କୁ ପୁଣି ସ୍କୁଲକୁ ଅଣାଯାଉ ନଚେତ ଆଉ ସ୍କୁଲ ଯିବୁନି ବୋଲି ଅଡି ବସିଛନ୍ତି ଛାତ୍ରଛାତ୍ରୀ । ଏହା ସହ ଗାଁ ଲୋକ ମଧ୍ୟ ଶିକ୍ଷକଙ୍କୁ ଫେରାଇ ଅଣାଯାଉ ବୋଲି ଦାବି କରିଛନ୍ତି । ସ୍କୁଲରେ ଶିକ୍ଷକତା କରୁଥିବା ସୁଧୀର ସେଠ ଏହି ଗାଁରେ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ ।

ତେବେ ନିକଟରେ ତାଙ୍କର ପ୍ରମୋସନ ହେବା ସହ ଅନ୍ୟତ୍ର ବଦଳି ହୋଇଛି । ଏପଟେ କିନ୍ତୁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଗାଁ ଲୋକେ ସୁଧୀର ସାରଙ୍କୁ ଭୁଲି ପାରୁନାହାନ୍ତି । ଏଥିପାଇଁ ଛାତ୍ରଛାତ୍ରୀ ସୁଧୀର ସାର୍‌ଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବାକୁ ଜିଦ୍‌ କରିବା ସହ ସ୍କୁଲ୍‌ ଯିବା ବନ୍ଦ କରିଛନ୍ତି ।

For All Latest Updates

ABOUT THE AUTHOR

...view details