ଓଡିଶା

odisha

ରାମ ଜନ୍ମଭୂମି ବିବାଦ ରାୟ: ସମ୍ବଲପୁରରେ ସୁରକ୍ଷା କଡାକଡି

ରାମ ଜନ୍ମଭୂମି ବିବାଦର ରାୟ ଶନିବାର ଆସିବା ପରେ ସମ୍ବଲପୁର ପୋଲିସ ପକ୍ଷରୁ ଜିଲ୍ଲାର ପ୍ରମୁଖ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

By

Published : Nov 9, 2019, 11:36 PM IST

Published : Nov 9, 2019, 11:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ସମ୍ବଲପୁର: ଅଯୋଧ୍ୟା ରାମ ଜନ୍ମଭୂମି ବିବାଦର ରାୟ ଶନିବାର ଆସିବା ପରେ ଜିଲ୍ଲା ପୋଲିସ ପ୍ରମୁଖ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏନେଇ ସମ୍ବଲପୁର ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ଏସପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ସହରର ସୁରକ୍ଷା ତଦାରଖ କରୁଛି । ସହରରେ 10 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । 30 ଜଣ ଅଫିସରଙ୍କ ସହ 2 ଡିଏସପି ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ସହରରେ ବାଇକ ପେଟ୍ରୋଲିଂ କରାଯାଉଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମ୍ବଲପୁରବାସୀଙ୍କୁ ଏସପି ଅନୁରୋଧ କରିଛନ୍ତି । ତେବେ ଶନିବାର ରାତିରେ ମଧ୍ୟ ସହରର ପ୍ରମୁଖ ସ୍ଥାନରେ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।


ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details