ଓଡିଶା

odisha

ETV Bharat / city

ସଂଖ୍ୟାଲଘୁ ଭୋଟକୁ ନେଇ ସମ୍ବଲପୁରରେ ରାଜନୀତି ସରଗରମ

ସମ୍ବଲପୁରରେ ସଂଖ୍ୟାଲଘୁ ଭୋଟର ଦୁଇ ଭାଗ । ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ସଂଖ୍ୟାଲଘୁ ବିକାଶ ମଞ୍ଚ ।

By

Published : Mar 24, 2019, 10:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲା ସମ୍ବଲପୁର ସଂଖ୍ୟାଲଘୁ ବିକାଶ ମଞ୍ଚ । ବିଧାୟିକା ଭୋଟ ହାସଲ ପାଇଁ ସଂଖ୍ୟାଲଘୁ ସଂପ୍ରଦାୟକୁ ବିଭାଜିତ କରିଥିବା ମଞ୍ଚ ଆକ୍ଷେପ କରିଛି । ଏଥିସହ ଯେଉଁ ପ୍ରତିଶୃତି ଦେଇ ସେ ଭୋଟ ନେଇଥିଲେ, ତାହା ପୂରଣ କରିନଥିବା ମଧ୍ୟ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ସମ୍ବଲପୁର ବିଧାନସଭା ଆସନ ଅଧିନରେ ଏକ ବଡ଼ ସଂଖ୍ୟାଲଘୁ ଭୋଟ ରହିଛି । ଗତ ନିର୍ବାଚନରେ ଏହି ସଂଖ୍ୟାଲଘୁ ଭୋଟ ହିଁ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲା । ତେଣୁ ଏବେ ନିର୍ବାଚନ ପାଖେଇ ଆସିଲା ବେଳକୁ ଏହି ଭୋଟକୁ ନେଇ ଥମୁନି ରାଜନୀତି । ଗୋଟିଏ ପଟେ ସମ୍ବଲପୁର ସଂଖ୍ୟାଲଘୁ ବିକାଶ ମଞ୍ଚ ସାମ୍ବାଦିକ ସମ୍ମିଳନୀ ଡକାଇ ବିଧାୟିକାଙ୍କ ଉପରେ ବର୍ଷିଛି । ମୁଖ୍ୟତଃ ମୁସଲିମଙ୍କ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟ ନକରି ବିଧାୟିକା କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏପଟେ ବିଧାୟିକାଙ୍କ ସପକ୍ଷରେ ମୁସଲିମଙ୍କ ସମର୍ଥନ ବଢ଼ୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଗତ କିଛି ଦିନ ମଧ୍ୟରେ ରାସେଶ୍ୱରୀଙ୍କ ନେତୃତ୍ବ ଉପରେ ବିଶ୍ୱାସ କରି 500 ମୁସଲିମ ଲୋକ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ସମ୍ବଲପୁର ସଂଖ୍ୟାଲଘୁ ବିକାଶ ମଞ୍ଚର ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇବା ସହ ସେ କାହା ପାଇଁ କଣ କରିଛନ୍ତି ତାର ଜବାବ ଜନତା ଦେବେ ବୋଲି ବିଧାୟିକା ସଫେଇ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details