ସମ୍ବଲପୁର:ପାଟ ଶାଢୀ ଲୋଭ ପଡ଼ିଲା ମହଙ୍ଗା । ୩୫ ହଜାର ମୂଲ୍ୟର ପାଟ ଶାଢି ଚୋରି କରି ହଟହଟା ହୋଇଛନ୍ତି ସହକାରୀ ରାଜସ୍ବ ନିରୀକ୍ଷକ । ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ସହର ଟାଉନ ଥାନା ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି ।
ସମ୍ବଲପୁର ସହରର ଏକ ଶୋ' ରୁମରୁ ଗତ 1 ତାରିଖରେ ଏକ 35 ହଜାର ଟଙ୍କା ମୂଲ୍ୟର ପାଟ ଶାଢ଼ୀ ଚୋରି ହୋଇଥିଲା । ଏ ନେଇ ଦୋକାନ ମାଲିକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଆଜି(ଗୁରୁବାର) ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି ।