ଓଡିଶା

odisha

By

Published : Mar 23, 2022, 8:51 PM IST

ETV Bharat / city

Municipal Elections: କଣ ରହିଛି ରେଢାଖୋଲ ଜନତାଙ୍କ ମୁଡ ?

ଗତକାଲି ରେଢାଖୋଲ ଏନଏସିରେ ନିର୍ବାଚନୀ ପ୍ରଚାର ସରିଥିବା ଆସନ୍ତାକାଲି ହେବାକୁ ଯାଉଛି ନିର୍ବାଚନ । 13 ଟି ୱାର୍ଡ ବିଶିଷ୍ଟ ରେଢାଖୋଲ NAC ରେ ଏଥର ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ଲଢେଇ ହେଉଛି । ଗତ ଥର ରେଢାଖୋଲ ପୌର ନିର୍ବାଚନରେ ବିଜେଡି ବାଜିମାତ କରିଥିବା ବେକେ ଏଥର କିନ୍ତୁ ବିଜେପି କଡା ଟକ୍କର ଦେଉଛି । ଅଧିକ ପଢନ୍ତୁ

କଣ ରହିଛି ରେଢାଖୋଲ ଜନତାଙ୍କ ମୁଡ?
କଣ ରହିଛି ରେଢାଖୋଲ ଜନତାଙ୍କ ମୁଡ?

ସମ୍ବଲପୁର: ଗତକାଲି ରେଢାଖୋଲ ଏନଏସିରେ ନିର୍ବାଚନୀ ପ୍ରଚାର ସରିଥିବା ଆସନ୍ତାକାଲି ହେବାକୁ ଯାଉଛି ନିର୍ବାଚନ। 13 ଟି ୱାର୍ଡ ବିଶିଷ୍ଟ ରେଢାଖୋଲ NAC ରେ ଏଥର ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ଲଢେଇ ହେଉଛି। ଗତ ଥର ରେଢାଖୋଲ ପୌର ନିର୍ବାଚନରେ ବିଜେଡି ବାଜିମାତ କରିଥିବା ବେକେ ଏଥର କିନ୍ତୁ ବିଜେପି କଡା ଟକ୍କର ଦେଉଛି ।

କଣ ରହିଛି ରେଢାଖୋଲ ଜନତାଙ୍କ ମୁଡ?

ରାଜନୈତିକ ବିଶେଷକଙ୍କ ଅନୁସାରେ ବିଜେଡି ଟିକିଏ ଆଗୁଆ ରହିଛି। ତେବେ ଏହି ରାଜନୈତିକ ମାହୋଲ ମଧ୍ୟରେ ଜନତାର ମୁଡ କଣ ରହିଛି, କେଉଁ ସମସ୍ୟାକୁ ନେଇ ଲୋକେ ଭୋଟ ଦେବେ ସେନେଇ ଲୋକଙ୍କ ମୁଡ ପରଖି ଥିଲା ଇଟିଭି ଭାରତ ।

ଆସନ୍ତାକାଲି ହେବାକୁ ଯାଉଛି ରେଢାଖୋଲ ପୌର ନିର୍ବାଚନ। ଗତକାଲି ପ୍ରଚାର ସରିଥିଲେ ମଧ୍ୟ ରାଜନୈତିକ ଉଷ୍ମତା ପରିଲକ୍ଷିତ ହେଉଛି। ନିର୍ବାଚନରେ କିଏ ଜିତିବ ତାହା ଭିନ୍ନ କଥା । କିନ୍ତୁ ରେଢାଖୋଲ ସହରବାସୀଙ୍କ ପାଇଁ ଏକ ବଡ ପ୍ରସଙ୍ଗ ହେଉଛି ପାନୀୟ ଜଳ ସମସ୍ୟା। ମୁଖ୍ୟତଃ ଦୀର୍ଘ ବର୍ଷ ହେଲା ରେଢାଖୋଲ ସହରରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପ୍ରତ୍ୟେକ ଥର ଏହାକୁ ରାଜନୈତିକ ଦଳ ନିର୍ବାଚନୀ ମୁଦ୍ଦା କରନ୍ତି। ତେବେ ଏହି ସମସ୍ୟା ଆଜି ଯାଏଁ ସମାଧାନ ହୋଇନି ବୋଲି ସାଧାରଣ ଲୋକ କହୁଛନ୍ତି।

ଶାସକ ବିଜେଡି କହୁଛି ସହରର 70% ଲୋକଙ୍କ ପାଖକୁ କିଆକଟାରୁ ମହାନଦୀ ପାଣି ପହଞ୍ଚିଛି । ତେବେ ବିଜେପି କହୁଛି 70 % ଲୋକଙ୍କ ପାଖକୁ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଅପହଞ୍ଚ । ଆଉ ସାଧାରଣ ଜନତା କହୁଛନ୍ତି କେତେକ ସ୍ଥାନରେ ପାଣି ଆସିଛି, ଅଧିକାଂଶ ସ୍ଥାନରେ ପାଇପ ଲାଗିଛି କିନ୍ତୁ ପାଣି ଆସୁନାହିଁ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details