ଓଡିଶା

odisha

ETV Bharat / city

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ରୋଗୀଙ୍କୁ ଏକ୍ସପାଏରି ସାଲାଇନ ଦେଇଥିବା ଅଭିଯୋଗ - ସମ୍ବଲପୁର ହସ୍ପିଟାଲ

ରୋଗୀଙ୍କୁ ଦେଇଦେଲେ ଏକ୍ସପାଏରି ସାଲାଇନ। ରାତି ସାରା ଯନ୍ତ୍ରଣାରେ ଛଟପଟ ହେଲେ ରୋଗୀ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଅଭିଯୋଗ ଆସିଛି । ଅଧିକ ପଢ଼ନ୍ତୁ...

ରୋଗୀଙ୍କୁ ଦେଇଦେଲେ ଏକ୍ସପାଏରି ସାଲାଇନ
ରୋଗୀଙ୍କୁ ଦେଇଦେଲେ ଏକ୍ସପାଏରି ସାଲାଇନ

By

Published : Mar 1, 2021, 9:22 PM IST

ସମ୍ବଲପୁର: ରୋଗୀଙ୍କୁ ଦେଇଦେଲେ ଏକ୍ସପାଏରି ସାଲାଇନ । ରାତି ସାରା ଯନ୍ତ୍ରଣାରେ ଛଟପଟ ହେଲେ ରୋଗୀ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଅଭିଯୋଗ ଆସିଛି । ଅଭିଯୋଗ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଏନେଇ ତଦନ୍ତ କରାଯିବା କଥା କହି ଅଭିଯୋଗକୁ ହାଲୁକା ଭାବରେ ନେଇଛନ୍ତି ।

ରୋଗୀଙ୍କୁ ଦେଇଦେଲେ ଏକ୍ସପାଏରି ସାଲାଇନ

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦୁଇଜଣ ନୁହେଁ ଏକାଧିକ ରୋଗୀଙ୍କୁ ଦିଆଯାଇଛି ଏକ୍ସପାଏରି ସାଲାଇନ । ହସ୍ପିଟାଲର ସଂକ୍ରମଣ ୱାର୍ଡରେ ଏଭଳି ଅଭିଯୋଗ ଆସିଛି। ଜଣେ ରୋଗୀ ଏକ୍ସପାଏରି ସାଲାଇନ ନେଇ ଗୁରୁତର ହେବାପରେ ଘଟଣା ଲୋକଲୋଚନକୁ ଆସିଛି । ରୋଗୀ ଜଣକ ପୁଣି ଜଣେ ସାମ୍ବାଦିକ ବୋଲି ଜଣାପଡ଼ିଛି ।

ଅଭିଯୋଗ ମୁତାବିକ ସମ୍ବଲପୁରର ସାମ୍ବାଦିକ ସରୋଜ ସାହୁଙ୍କ ଦେହ ଅସୁସ୍ଥ ହେବାରୁ ଗତକାଲି(ରବିବାର) ସନ୍ଧ୍ୟାରେ ଚିକିତ୍ସା ପାଇଁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ପ୍ରଥମେ ସାଲାଇନ ଦେବାରୁ କିଛି ସମୟ ପରେ ପାର୍ଶ୍ବ ପ୍ରତିକ୍ରିୟା ହୋଇଥିଲା । ଏହାପରେ ରାତି ସାରା ସେ ଯନ୍ତ୍ରଣା ଭୋଗିଥିଲେ। ନିକଟରେ ଥିବା ଅନ୍ୟ ରୋଗୀଙ୍କୁ ମଧ୍ୟ ଏହି ସାଲାଇନ ଦିଆଯାଇଥିଲା ।

ତାଙ୍କ ସମ୍ପକୀୟମାନେ ପ୍ରଥମେ ଯାଞ୍ଚ କରିବାରୁ ଦିଆଯାଇଥିବା ସାଲାଇନ ଏକ୍ସପାଏରି ବୋଲି ଜଣାପଡ଼ିଥିଲା। ସରୋଜଙ୍କୁ ମଧ୍ୟ ଦିଆଯାଇଥିବା ସାଲାଇନକୁ ଯାଞ୍ଚ କରିବାରୁ ତାହା ମଧ୍ୟ ଏକ୍ସପାଏରି ବୋଲି ଜଣାପଡ଼ିଥିଲା । ସକାଳେ ହସ୍ପିଟାଲ କତ୍ତୃପକ୍ଷ ସଂକ୍ରମଣ ୱାର୍ଡରେ ପହଞ୍ଚି ଅନ୍ୟ ସାଲାଇନ ଲଗାଇଥିଲେ ।

ଏହି ଘଟଣାକୁ ନେଇ ସମ୍ବଲପୁର ସହରରେ ହସ୍ପିଟାଲରେ ରୋଗୀ ଚିକିତ୍ସାକୁ ନେଇ ପ୍ରଶ୍ନବାଚୀ ସୄଷି ହୋଇଛି । ଏଥିସହ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସହରବାସୀ । ତେବେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଅଲେଖ ମହାପାତ୍ର । ସେ କହିଛନ୍ତି ଯେ, "ଏନେଇ ତାଙ୍କ ପାଖକୁ ଅଭିଯୋଗ ଆସିନାହିଁ । ତେବେ କେଉଁ ପରିସ୍ଥିତିରେ ଏକ୍ସପାଏରି ସାଲାଇନ ରୋଗୀଙ୍କୁ ଦିଆଗଲା ସେନେଇ ତଦନ୍ତ ହେବ। ତଦନ୍ତ ପରେ ଯିଏ ଦୋଷୀ ଥିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।"

ଅନ୍ୟପକ୍ଷରେ ହସ୍ପିଟାଲରେ ସାମ୍ବାଦିକ ତଥା ରୋଗୀଙ୍କୁ ଏକ୍ସପାଏରି ସାଲାଇନ ଦେବା ଅଭିଯୋଗ ପରେ ସାମ୍ବାଦିକ ମହଲରେ ତୀବ୍ର ପତିକ୍ରିୟା ଦେଖାଦେଇଛି । ଘଟଣାର ତଦନ୍ତ ଦାବି ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details