ଓଡିଶା

odisha

ETV Bharat / city

ପ୍ରାଇଭେଟ ସ୍କୁଲର ଫି' ଜୁଲମ, ଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ

ଲକଡାଉନରେ ସବୁ ସ୍କୁଲ ବନ୍ଦ ରହିଥିବା ବେଳେ ଏଭଳି ପରିସ୍ଥିତିରେ ମଧ୍ୟ ଅଭିଭାବକମାନଙ୍କ ଠାରୁ ଫି ଆଦାୟ କରାଯାଉଛି ବୋଲି ଅଭିଯୋଗ ହୋଇଛି ।

parents-met-to-collecter-for-alligation-of-private-school-fee
ମରେ ପ୍ରାଇଭେଟ ସ୍କୁଲର ଫି' ଜୁଲମ, ଜିଲ୍ଲାପାଳଙ୍କୁ ଭେଟିଲେ ଅବିଭାବକ

By

Published : Jun 18, 2020, 5:51 PM IST

ସମ୍ବଲପୁର: ସହରରେ ବହୁ ଗୁଡିଏ ପ୍ରାଇଭେଟ ସ୍କୁଲ ରହିଛି । ଆଉ ଏଠି ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଉନ୍ନତ ମାନର ଶିକ୍ଷା ପାଇବା ଆଶାରେ ନିଜ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତେବେ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହୋଇ ଉଭା ହୋଇଛି ଏହି ସ୍କୁଲ ଗୁଡ଼ିକର ଫି' ଆଦାୟ । ଲକଡାଉନରେ ସବୁ ସ୍କୁଲ ବନ୍ଦ ରହିଥିବା ବେଳେ ଏଭଳି ପରିସ୍ଥିତିରେ ମଧ୍ୟ ଅଭିଭାବକମାନଙ୍କ ଠାରୁ ଫି ଆଦାୟ କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ପ୍ରାଇଭେଟ ସ୍କୁଲର ଫି' ଜୁଲମ, ଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ
ଅଧିକାଂଶ ଅଭିଭାବକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ଲକଡାଉନ ଯୋଗୁଁ କିଏ ଦରମା ପାଉଛି ତ କାହାର 50 ପ୍ରତିଶତ ଦରମା କାଟୁଛି । ଏହି ପରିସ୍ଥିତିରେ ସମସ୍ତେ ସ୍କୁଲ ଗୁଡିକର ଫିସ ଦେବାରେ ନିଜର ଅକ୍ଷମତା ପ୍ରକାଶ କରିବା ସହ ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ସମସ୍ୟା ନେଇ ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି । ସେମାନେ ସ୍କୁଲରେ ବର୍ତ୍ତମାନ ପାଠପଢା ହେଉ ନଥିବାରୁ 50 ପ୍ରତିଶତ ସ୍କୁଲ ଫି ଛାଡ କରିବା ଅଥବା ସମ୍ପୂର୍ଣ୍ଣ ଫି' ଛାଡ କରିବାକୁ ଜିଲ୍ଲା ପ୍ରଶାସନ ଆଗରେ ଗୁହାରି କରିଛନ୍ତି।

ଏପଟେ ଅତିରିକ୍ତ ଜିଲ୍ଲାପାଳ ଏନେଇ କ୍ୟାମେରା ଆଗରେ କିଛି ବି କହିବାକୁ ମନା କରିବା ସହ ଏହି ସମ୍ୱନ୍ଧରେ ନିଜର ଅସହାୟ ତା ପରି ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details