ସମ୍ବଲପୁର: ଭୀମସାର ମେଡିକାଲ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସକାଳ 9ଟାରେ ଭୀମସାର ମେଡିକାଲରେ ପହଞ୍ଚି କୋଭିଡ ସ୍ଥିତି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହାପରେ ଭୀମସାର ମେଡିକାଲ କଲେଜ ସମ୍ମିଳନୀ କକ୍ଷରେ ସମ୍ବଲପୁର, ବରଗଡ, ଝାରସୁଗୁଡା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।
ବୁର୍ଲା ଭୀମସାରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ - ବୁର୍ଲା ଭୀମାସାରରେ ଆଉ ଏକ କୋଭିଡ ହସ୍ପିଟାଲ
ଆଜି ବୁର୍ଲା ଭୀମସାର ମେଡିକାଲ ପରିଦର୍ଶନରେ ଆସି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟଶାସନ ସଚିବ । ଏହି ଅବସରରେ ସେ ବୁର୍ଲାରେ ଆଉ ଏକ କୋଭିଡ ହସ୍ପିଟାଲ କରାଯିବା ନେଇ କହିଛନ୍ତି । ଅଧିକ ପଢନ୍ତୁ...
![ବୁର୍ଲା ଭୀମସାରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ ବୁର୍ଲା ଭୀମାସାରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ](https://etvbharatimages.akamaized.net/etvbharat/prod-images/768-512-11396465-thumbnail-3x2-covid-hosipital.jpg)
ବୁର୍ଲା ଭୀମାସାରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ
ବୁର୍ଲା ଭୀମାସାରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ
ବର୍ତ୍ତମାନ ସମ୍ବଲପୁରର ଭୀମସାର ମେଡିକାଲରେ 100ଟି ଜେନେରାଲ ବେଡ ଓ 20ଟି ଆଇସିୟୁ ରହିଥିବା ବେଳେ 70 ଦିନରେ 75ଟି ଜେନେରାଲ ବେଡ ଓ 30ରୁ ଅଧିକ ଆଇସିୟୁ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟଶାସନ ସଚିବ । ଏପରିକି ବୁର୍ଲାରେ ଆହୁରି ଏକ କୋଭିଡ ହସ୍ପିଟାଲ କରାଯିବ । ଯେଉଁଠି 250ଟି ଜେନେରାଲ ଓ 50 ଟି ଆଇସିୟୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
Last Updated : Apr 14, 2021, 12:14 PM IST