ସମ୍ବଲପୁର:ନିଜ ୟୁଟ୍ୟୁବ ଚ୍ୟାନେଲରେ ମହିଳା ଅଙ୍ଗନୱାଡି କର୍ମୀଙ୍କ ଏକ ଆପତ୍ତିଜନକ ତଥା ସମ୍ମାନ ହାନି କରୁଥିବା ଭିଡିଓ ଅପଲୋଡ କରିବା ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ୟୁଟ୍ୟୁବରେ ଅଙ୍ଗନୱାଡି କର୍ମୀଙ୍କ ଆପତ୍ତିଜନକ ଭିଡିଓ ଅପଲୋଡ କରି ଜଣେ ଗିରଫ ଏନେଇ ଆଜି (ମଙ୍ଗଳବାର) ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲାର ସଇଁତଲା ଥାନା ଅଞ୍ଚଳର ଲକ୍ଷେଶ୍ବର ମଲ୍ଲିକ ।
ସମ୍ବଲପୁର ବୁର୍ଲା ସହରର ପ୍ରଶାନ୍ତ ପାଢୀ ଏନେଇ ସମ୍ବଲପୁର ସାଇବର ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏତଲା ଆଧାରରେ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛି । ଏହା ସହ ସେହି ଆପତ୍ତି ଜନକ ଭିଡିଓକୁ ମଧ୍ୟ ୟୁଟ୍ୟବରୁ ଡିଲିଟ କରାଯାଇଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ