ଓଡିଶା

odisha

ETV Bharat / city

ଅଗଷ୍ଟ ୧ରେ ସମ୍ବଲପୁର ପାଳିବ ସମ୍ବଲପୁରୀ ଦିନ - ଅଗଷ୍ଟ ୧ରେ ସମ୍ବଲପୁର ପାଳିବ ସମ୍ବଲପୁରୀ ଦିନ

ଏଥର ଧୁମଧାମରେ ପାଳନ ହେବ ସମ୍ବଲପୁରୀ ଦିନ । ଆସନ୍ତା ଅଗଷ୍ଟ ୧ତାରିଖରେ ସମ୍ବଲପୁର କଚେରୀ ଛକରୁ ଜେଲ ଛକକୁ ସଂଲଗ୍ନ କରୁଥିବା ରାସ୍ତାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ ହେବ । ଅଧିକ ପଢ଼ନ୍ତୁ

ଅଗଷ୍ଟ ୧ରେ ସମ୍ବଲପୁର ପାଳିବ ସମ୍ବଲପୁରୀ ଦିନ
ଅଗଷ୍ଟ ୧ରେ ସମ୍ବଲପୁର ପାଳିବ ସମ୍ବଲପୁରୀ ଦିନ

By

Published : Jul 27, 2022, 10:47 PM IST

ସମ୍ବଲପୁର : ଆସନ୍ତା ଅଗଷ୍ଟ ୧ତାରିଖରେ ସମ୍ବଲପୁର ପାଳିବ ସମ୍ବଲପୁରୀ ଦିନ । କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶାଖା ଗୁଡିକ ପକ୍ଷରୁ ମଧ୍ୟ ସମ୍ବଲପୁରୀ ଦିନ ପାଳନ ହେବ । ସମ୍ବଲପୁର କଚେରୀ ଛକରୁ ଜେଲ ଛକ ପର୍ଯ୍ୟନ୍ତ ସଂଲଗ୍ନ ରାସ୍ତାରେ ଏହା ଅନୁଷ୍ଠିତ ହେବ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଅଗଷ୍ଟ ୧ରେ ସମ୍ବଲପୁର ପାଳିବ ସମ୍ବଲପୁରୀ ଦିନ

ସମ୍ବଲପୁରୀ ଦିନ ପାଳନ ସମୟରେ ଏକ ବାଇକ ଶୋଭଯାତ୍ରା ସହ ନୃତ୍ୟଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ସମ୍ବଲପୁରୀ କଳା ସଂସ୍କୃତି ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ । ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ସହ ସ୍ଥାନୀୟ ପିଠାପଣାର ଆସର ଜମିବ । ଏଥିପାଇଁ ସମସ୍ତଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ କୁହାଯାଇଛି ।


ସମ୍ବଲପୁରୀ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ ଅବସରରେ ୨୦୧୩ ମସିହାରୁ ଅଗଷ୍ଟ ୧ତାରିଖରେ ସମ୍ବଲପୁରୀ ଦିନ ପାଳନ ହୋଇଆସୁଛି ।ଏଥର ଦେଶ ତଥା ବିଦେଶରେ ମଧ୍ୟ ସମ୍ବଲପୁରୀ ଦିନ ପାଳନ ହେବ ବୋଲି ସୂଚନା ଦିଆଯାଇଛି । ଚଳିତବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଭାଗବତିଆ ପ୍ରଧାନଙ୍କୁ ଗୁରୁ ସତ୍ୟନାରାୟଣ ବହିଦାର ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details