ସମ୍ବଲପୁର: ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ସମ୍ବଲପୁର ଗସ୍ତ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଜିଲ୍ଲାରେ ପହଞ୍ଚିବା ପରେ ଓକିଲ ସଂଘର ପ୍ରତିଷ୍ଠାତା ତଥା ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହାପରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ସ୍ୱତନ୍ତ୍ର ସଭାରେ ଯୋଗ ଦେଇ ସମ୍ପ୍ରତି ନ୍ୟାୟିକ ବ୍ୟବସ୍ଥାରେ ଟେକ୍ନୋଲୋଜିର ବ୍ୟବହାର ତଥା ନ୍ୟାୟପାଳିକା ଓ ଏହାର ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ସେ ଆଲୋକପାତ କରିଥିଲେ।
ସମ୍ବଲପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି - ସମ୍ବଲପୁର ଗସ୍ତରେ ହାଇକୋର୍ଟର ମୁଖ୍ୟ ବିଚାରପତି
ସମ୍ବଲପୁର ଗସ୍ତରେ ଆସି ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର। ଅଧିକ ପଢନ୍ତୁ
ସମ୍ବଲପୁର ଗସ୍ତରେ ହାଇକୋର୍ଟର ମୁଖ୍ୟ ବିଚାରପତି
ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ପ୍ରମୋଦ କୁମାର ରଥ, ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଶଙ୍କର ପ୍ରସାଦ ପତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁରର ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀ, ବହ୍ମପୁର ବିଶ୍ୱ ବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ପୂର୍ବତନ ସାଂସଦ ଭାଵନୀ ହୋତା,ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଙ୍କ ସମେତ ଜିଲ୍ଲା ଓକିଲ ସଂଘର ସଦସ୍ୟ ସାମିଲ ହୋଇଥିଲେ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ