ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲର ପୂର୍ବତନ ନିର୍ଦ୍ଦେଶକ ଅଶ୍ବିନୀ ପୂଜାହାରୀଙ୍କୁ ନୋଟିସ । ଓଡ଼ିଶା ମେଡିକାଲ କାଉନସିଲ ରେଜିଷ୍ଟ୍ରେସନ(ଓଏମସିଆର) ପକ୍ଷରୁ ଜାରି ହୋଇଛି ନୋଟିସ । ବିବାଦୀୟ ଲୁଣ ଚିକିତ୍ସା ଉପରେ ନିଜର ପକ୍ଷ ରଖିବାକୁ ସେପ୍ଟେମ୍ବର 6ରେ ଡ. ପୂଜାହାରୀଙ୍କୁ ହାଜର ହେବାକୁ କୁହାଯାଇଛି।
ଏହା ସହ ବୁର୍ଲାର ଜୁନିୟର ଡାକ୍ତର ସଂଘର ସଭାପତିଙ୍କୁ ମଧ୍ୟ ଆସନ୍ତା 6 ରେ ଉପସ୍ଥିତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି । ତେବେ ଏନେଇ ଅଶ୍ବିନୀ ପୂଜାହାରୀଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କର୍କଟ ରୋଗର ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ଅଙ୍ଗରେ ଲୁଣ ଦେଇ ଉପଚାର କରୁଥିବା ପ୍ରସଙ୍ଗରେ ଓଏମସିଆର ନୋଟିସ ଜାରି କରିଛି ।