ଓଡିଶା

odisha

ETV Bharat / city

ବିପଦରେ ବିରଳ ପ୍ରଜାତିର କଇଁଛ ! ବିଲୁପ୍ତ ପଥରେ ମାନେଶ୍ୱରର ପରିଚୟ - କଇଁଛ ସୁରକ୍ଷା ପ୍ରସଙ୍ଗ

ସମ୍ବଲପୁର ସହର ନିକଟରେ ରହିଛି ମାନ୍ଧାତା ମହାଦେବଙ୍କ ଐତିହାସିକ ମନ୍ଦିର। ଏହି ମନ୍ଦିରର ଅନ୍ୟତମ ଆକର୍ଷଣ ହେଉଛି ମନ୍ଦିରକୁ ପାଖରେ ରହିଥିବା ପୋଖରୀ । ଯେଉଁଠି ଶହ ଶହ ଶହ ବର୍ଷ ହେଲା ରହିଆସୁଛନ୍ତି ବିରଳ ପ୍ରଜାତିର କଇଁଛ । ହେଲେ ପରିତାପର ବିଷୟ ଧିରେ ଧିରେ ଏହି ବିରଳ ପ୍ରଜାତିର କଇଁଛ ବିଲୁପ୍ତ ହେବାକୁ ବସିଛନ୍ତି ।

ବିଲୁପ୍ତ ପଥରେ ମାନେଶ୍ୱରର କଇଁଛ
ବିଲୁପ୍ତ ପଥରେ ମାନେଶ୍ୱରର କଇଁଛ

By

Published : Mar 31, 2022, 9:03 PM IST

ସମ୍ବଲପୁର: ସମ୍ବଲପୁର ସହର ନିକଟରେ ରହିଛି ମାନ୍ଧାତା ମହାଦେବଙ୍କ ଐତିହାସିକ ମନ୍ଦିର। ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏହି ସ୍ଥାନର ସ୍ବତନ୍ତ୍ରତା ରହିଛି।ପ୍ରତ୍ୟେକ ଦିନ ସ୍ଥାନୀୟ ଅଞ୍ଚଳର ଭକ୍ତ ଶ୍ରଦ୍ଧାଳୁମାନେ ଏଠାକୁ ଆସନ୍ତି । ଏହି ମନ୍ଦିରର ଅନ୍ୟତମ ଆକର୍ଷଣ ହେଉଛି ମନ୍ଦିରକୁ ପାଖରେ ରହିଥିବା ପୋଖରୀ । ଯେଉଁଠି ଶହ ଶହ ଶହ ବର୍ଷ ହେଲା ରହିଆସୁଛନ୍ତି ବିରଳ ପ୍ରଜାତିର କଇଁଛ ।

ବିଲୁପ୍ତ ପଥରେ ମାନେଶ୍ୱରର କଇଁଛ

ହେଲେ ପରିତାପର ବିଷୟ ଧିରେ ଧିରେ ଏହି ବିରଳ ପ୍ରଜାତିର କଇଁଛ ବିଲୁପ୍ତ ହେବାକୁ ବସିଛନ୍ତି ।ପୂର୍ବରୁ ଏହି ପୋଖରୀ ରେ ପ୍ରାକୃତିକ ମାଟି ଓ ବାଲିର ବନ୍ଧ ଥିଲା।ତେବେ ବର୍ତ୍ତମାନ ଏହାର ଚାରିପଟେ କଂକ୍ରିଟ ବାଡ଼ ଦିଆ ଯିବା ସହ ପୋଖରୀ ମଝିରେ ଏକ କଂକ୍ରିଟ ବ୍ରିଜ କରି ଦିଆଯାଇଛି। କାରଣ ବର୍ତ୍ତମାନ କଇଁଛଙ୍କ ଅଣ୍ଡାଦାନ ପକ୍ରିୟା ଚାଲିଥିବା ବେଳେ ଉପଯୁକ୍ତ ପରିବେଶ ଅଭାବରୁ ଏମାନେ ଅଣ୍ଡାଦାନ କରିପାରୁନାହାନ୍ତି । ଫଳରେ ଧିରେ ଧିରେ ଏବେ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି ।



ଗୋଟିଏ ପଟେ ଜିଲ୍ଲା ପ୍ରଶାସନର ଅଵିଚାରିତ କାର୍ଯ୍ୟ ତ ଅନ୍ୟପଟେ ପୋଖରୀରେ ବଢୁଥିବା ପ୍ରଦୂଷଣ, ଯାହା କଇଁଛଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଏଭଳି ସ୍ଥିତିରେ କଇଁଛ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅନ୍ୟପଟେ ଏନେଇ DFOଙ୍କୁ ପଚରାଯିବାରୁ ସେ କ୍ୟାମେରା ସମ୍ମୁଖରେ ମୁହଁ ଖୋଲି ନଥିଲେ । କିନ୍ତୁ ବିଶେଷଜ୍ଞ ଟିମ ମାନେଶ୍ୱରର ଏହି ପୋଖରୀ ମଧ୍ୟ ପରିଦର୍ଶନ କରି ସାରିଛନ୍ତି। ଆଗାମୀ ଦିନରେ ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏକ ଦୀର୍ଘ ମିଆଦୀ ସମାଧାନ ପାଇଁ ପ୍ରସ୍ତାବ ଦିଆଯିବ ବୋଲି DFO ବିଶ୍ଵନାଥନ ନୀଳାମ୍ବରମ ସୂଚନା ଦେଇଛନ୍ତି।



ମାନେଶ୍ୱରର ଏହି ବିରଳ ପ୍ରଜାତିର କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ନଚେତ୍‌ ଆଗକୁ ପୋଖରୀ କଇଁଛ ଶୂନ୍ୟ ହୋଇଯିବ ନେଇ ଯଥେଷ୍ଠ ସମ୍ଭାବନା ରହିଛି । ଉଭୟ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପଦକ୍ଷେପ ନେଲେ କଇଁଛ ମାନଙ୍କ ସଂରକ୍ଷଣ ହେବା ସହ ଏହି ସ୍ଥାନରେ ପର୍ଯ୍ୟଟନ ର ବିକାଶ ହୋଇପାରିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details