ଓଡିଶା

odisha

ETV Bharat / city

Panchayat Poll: ନାମାଙ୍କନ ଦାଖଲ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି - ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ସମ୍ବଲପୁରରେ ନାମାଙ୍କନ ଦାଖଲ

ସୋମବାର ଠାରୁ ସାରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାରେରେ ମଧ୍ୟ ଏହା ଆରମ୍ଭ ହୋଇଛି। ଅଧିକ ପଢନ୍ତୁ

PanchayatPoll: ନାମାଙ୍କନ ଦାଖଲ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
PanchayatPoll: ନାମାଙ୍କନ ଦାଖଲ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

By

Published : Jan 17, 2022, 10:59 PM IST

ସମ୍ବଲପୁର: ଆଜି (ସୋମବାର) ଠାରୁ ସାରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଏହା ଆରମ୍ଭ ହୋଇଛି। ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

PanchayatPoll: ନାମାଙ୍କନ ଦାଖଲ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ସମ୍ବଲପୁର ଜିଲ୍ଲାର 9 ଟି ବ୍ଲକର 18 ଟି ଜିଲ୍ଲା ପରିଷଦ ସିଟ ପାଇଁ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରୁ ନାମାଙ୍କନ ପତ୍ର ନେଇ ଦାଖଲ କରି ପାରିବେ। ସରପଞ୍ଚ ପ୍ରାର୍ଥୀ ମାନେ ପଞ୍ଚାୟତ ଅଫିସ ,ସମିତି ସଭ୍ୟ ପ୍ରାର୍ଥୀ ମାନେ ବ୍ଲକ ଅଫିସରେ ନାମାଙ୍କନ ପତ୍ର ଦାଖଲ କରି ପାରିବେ। ତେବେ ଦଳୀୟ ଚିହ୍ନରେ ହେବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ସମ୍ବଲପୁର ଜିଲ୍ଲାର କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଉପ-ଜିଲ୍ଲାପାଳ ଅଫିସ ଆଗରେ ଯେମିତି କୌଣସି ଗହଳି ନହେବ ସେଥିପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ନାମାଙ୍କନ ପତ୍ର ନେବାକୁ ଆସିଥିବା ପ୍ରାର୍ଥୀଙ୍କ ପାଇଁ ପ୍ରତିକ୍ଷାଳୟର ବ୍ୟବସ୍ଥା କରାଯିବା ସହ ଟୋକାନ ସୁବିଧା ହୋଇଛି । ଟୋକାନ ନେଇ ଜଣେ ଅଶାୟୀ ପ୍ରାର୍ଥୀ ଏକାକୀ ଆସି ନାମାଙ୍କନ ପତ୍ର ନେଇ ପାରିବ। ନାମାଙ୍କନ ପତ୍ର ଦାଖଲ ସମୟରେ ଜଣେ ପ୍ରାର୍ଥୀ ତାଙ୍କର ଜଣେ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ଆସି ପାରିବେ। ନାମାଙ୍କନ ପତ୍ର ଦାଖଲ ପ୍ରକୋଷ୍ଠରେ ନିଜେ ଉପ-ଜିଲ୍ଲାପାଳ ଥିବା ବେଳେ ଏହି ପ୍ରକ୍ରିୟା ପାଇଁ 4 ଟି ଟେବୁଲର ବ୍ୟବସ୍ଥା ହୋଇଛି।

ଦିନ 11 ଟାରୁ ଅପରାହ୍ନ 3 ଟା ଯାଏଁ ଏହି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ। ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଜାରି ରହିବ। ନାମାଙ୍କନ ପତ୍ର ଦାଖଲ ବେଳେ ଯେମିତି କୋଭିଡ କଟକଣା ବଳବତ୍ତର ରହିବ ସେଥିପ୍ରତି ପ୍ରଶାସନ ନଜର ରଖିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details