ସମ୍ବଲପୁର: ଆସନ୍ତା ସେପ୍ଟେମ୍ବର 1 ତାରିଖରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଚୂଡାନ୍ତ ପ୍ରସ୍ତୁତି ହୋଇସାରିଛି । ଆଜି ମନ୍ଦିରକୁ ନୂଆଁଖାଇ ପାଇଁ ନୂଆ ଧାନ ଆସିବ (new paddy ritual in samaleswari temple for nuakhai) ପୂଜକ ସୂଚନା ଦେଇଛନ୍ତି ।
ଆସନ୍ତା କାଲି ସମଲେଶ୍ବରୀ ମନ୍ଦିରକୁ ଆସିବ ନୂଆ ଧାନ ଏହା ମଧ୍ୟ ପଢ଼ନ୍ତୁ:ନୂଆଖାଇ ପାଇଁ 3 ଦିନ ଛୁଟି ଦାବି କଲା କୋଶଳ ସେନା
ନୂଆଁଖାଇ ପାଇଁ ସଜେଇ ହେଉଛି ମା' ସମଲେଶ୍ବରୀଙ୍କ ମନ୍ଦିର । ସଫେଇ କାର୍ଯ୍ୟ ଶେଷ ହେବାସହ ରଙ୍ଗବୋଳା ସରିଯାଇଛି । ଆସନ୍ତା 30 ତାରିଖରେ ମନ୍ଦିରର ଗମ୍ଭୀରା ଏବଂ ମା’ ସମଲେଶ୍ବରୀଙ୍କ ଅଳଙ୍କାର ସଫା କରାଯିବ। ତେବେ ଆଜି (ଶନିବାର) ସକାଳ 10ଟା ସମୟରେ ବଲବଶପୁର ଗ୍ରାମର ସୁବାଷ ବେହେରାଙ୍କ ଘରୁ ସମଲେଶ୍ବରୀ ମନ୍ଦିରକୁ ନୂଆଁଖାଇ ପାଇଁ ନୂଆ ଧାନ ଆସିବ । ପ୍ରତ୍ୟେକ ବର୍ଷ ସୁବାଷ ବେହେରାଙ୍କ ଘରୁ ମନ୍ଦିରକୁ ନୂଆ ଧାନ ଆସିଥାଏ ।
ସମ୍ବଲପୁର, ଇଟିଭି ଭାରତ