ସମ୍ବଲପୁର:ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ତେବେ କୋଭିଡ କଟକଣା ଯୋଗୁ ଏଥର ନୂଆଁଖାଇ ଫିକା ପଡିଛି । ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ସମୟ 9ଟା 35ରୁ 9 ଟା 50 ମଧ୍ୟରେ ନବାନ୍ନ ଲାଗି ହୋଇଛି। ମା’ଙ୍କ ଠାରେ ନବାନ୍ନ ଲାଗି ହେବା ପରେ 115 ପାଶ୍ବ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଥିଲା। ତେବେ ଏଥର ବିନା ଭକ୍ତ ଶ୍ରଦ୍ଧାଳୁରେ ମାଆଙ୍କ ଠାରେ ଲାଗିଛି ନବାନ୍ନ। ମନ୍ଦିର ପରିସରକୁ କୈଣସି ଭକ୍ତ କି ଶ୍ରଦ୍ଧାଳୁଙ୍କୁ କୋଭିଡ କଟକଣା ଯୋଗୁଁ ପ୍ରବେଶ ପାଇଁ ଅନୁମତି ନ ଥିଲା । ଏପରିକି ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭୋଗ ମଧ୍ୟ ଗ୍ରହଣ କରାଯାଇନାହିଁ।
ମା’ ସମଲେଶ୍ବରୀଙ୍କ ଠାରେ ଲାଗି ହେଲା ନବାନ୍ନ - ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ
ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ। କୋଭିଡ କଟକଣା ଯୋଗୁଁ ନିରାଡ଼ମ୍ବର ଭାବେ ପାଳନ ହେଲା ନୂଆଁଖାଇ । ସଂସ୍କୃତିକ କାର୍ଯ୍ୟକ୍ରମ ଓ ଭେଟ ଘାଟ ଉପରେ ଲଗାଯାଇଛି ରୋକ । ଅଧିକ ପଢନ୍ତୁ...
ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ
ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ
ତେବେ ଚଳିତ ଥର ମାଆ ସମଲେଶ୍ବରୀଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ଶ୍ରଦ୍ଧାଳୁ ମାନେ ବଞ୍ଚିତ ଥିବାରୁ ଡିଜିଟାଲ ପ୍ଲାଟଫର୍ମରେ ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଫେସବୁକ ପେଜରେ ମା ସମଲେଶ୍ବରୀଙ୍କ ଅନଲାଇନ ଦର୍ଶନର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ କୋଭିଡ କଟକଣା ଭିତରେ ପାଳିତ ହେଉଛି ନୂଆଁଖାଇ। ସଂସ୍କୃତିକ କାର୍ଯ୍ୟକ୍ରମ ଓ ଭେଟଘାଟ ଉପରେ ରୋକ ଲଗାଯାଇଛି।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ