ଓଡିଶା

odisha

ETV Bharat / city

ଡାଇବେଟିସ ରୋଗୀଙ୍କ ପାଇଁ ଦିବ୍ୟରାଜଙ୍କ ଧାନଚାଷ

ସମ୍ବଲପୁରର ଦିବ୍ୟରାଜ ବେରିହା । ଉଦ୍ଭିଦ ବିଜ୍ଞାନରେ ଏମଫିଲ କରିଛନ୍ତି । ଏହାସହ ଟିସ୍ୟୁ-କଲଚରରେ ରିସର୍ଚ୍ଚ ମଧ୍ୟ କରିଛନ୍ତି । ହେଲେ ପଢିଥିବା ପାଠକୁ କାର୍ଯ୍ୟରେ ଲଗାଇବା ପାଇଁ ସେ ପାଲଟି ଯାଇଛନ୍ତି ଧାନ ଚାଷୀ ।

By

Published : Dec 5, 2019, 8:47 PM IST

Mphil student
ଡାଇବେଟିସ ରୋଗୀଙ୍କ ପାଇଁ ଦିବ୍ୟରାଜଙ୍କ ଧାନ ଚାଷ

ସମ୍ବଲପୁର: ସମ୍ବଲପୁରର ଦିବ୍ୟରାଜ ବେରିହା । ଉଦ୍ଭିଦ ବିଜ୍ଞାନରେ ଏମଫିଲ କରିଛନ୍ତି । ଏହାସହ ଟିସ୍ୟୁ-କଲଚରରେ ରିସର୍ଚ୍ଚ ମଧ୍ୟ କରିଛନ୍ତି । ହେଲେ ପଢିଥିବା ପାଠକୁ କାର୍ଯ୍ୟରେ ଲଗାଇବା ପାଇଁ ସେ ପାଲଟି ଯାଇଛନ୍ତି ଧାନ ଚାଷୀ । ସମ୍ବଲପୁର ଧମା ରାସ୍ତାର ଲିମସରିଏନ ଅଞ୍ଚଳରେ ଏକ ଫାର୍ମ ହାଉସ କରି ଜୈବିକ ପଦ୍ଧତିରେ ଔଷଧୀୟ ଗୁଣ ଯୁକ୍ତ କଳାବତୀ ଧାନ ଚାଷ କରୁଛନ୍ତି । ଅନଲାଇନରେ ବିହନ ମଗାଇ ବିନା ସାର ଓ କୀଟନାଶକ ଔଷଧ ପ୍ରୟୋଗ କରି କ୍ଷେତରେ ଏହି ଧାନ ଫଳାଇଛନ୍ତି ଦିବ୍ୟରାଜ ।

ଡାଇବେଟିସ ରୋଗୀଙ୍କ ପାଇଁ ଦିବ୍ୟରାଜଙ୍କ ଧାନ ଚାଷ

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେଉଥିବା ଏହି ଧାନର ଚାହିଦା ଭଲ ଥିବାରୁ ସେ ଆତ୍ମନିର୍ଭରଶୀଳ ବି ହୋଇପାରୁଛନ୍ତି । ଏହି ଧାନରେ ପାଣି କମ ଲାଗିବା ସହ କମ ଖର୍ଚ୍ଚରେ ଚାଷ କରୁଛନ୍ତି ସେ । ବର୍ତ୍ତମାନ ସମୟରେ ଯୁବପୀଢି ଚାକିରି ପଛରେ ଧାଉଁଥିବାବେଳେ ସେ ଚାଷକୁ ଆପଣାଇଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ।

ତେବେ ବଜାରରେ ଏହି ଚାଉଳର ମୂଲ୍ୟ କିଲୋପିଛା 300 ଓ ବିହନ କିଲୋପିଛା 500 ଟଙ୍କା ଥିବାରୁ ଆଗକୁ ଭଲ ଦୁଇ ପଇସା ପାଇବେ ବୋଲି ସେ ଆଶାବାଦୀ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣାଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details