ସମ୍ବଲପୁର:ବୁଣାକାର ଓ ବାନ୍ଧଶିଳ୍ପୀଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ କରିବା ପାଇଁ ସମ୍ବଲପୁର IIM ଓ ଫ୍ଲିପକାର୍ଟ ମଧ୍ୟରେ ଏକ MOU ସ୍ବାକ୍ଷର ହୋଇଛି। ସମ୍ବଲପୁରୀ ବାନ୍ଧକଳାକୁ ଅନ୍ତର୍ଜାତୀୟ ବଜାରରେ ଭଲ ଭାବରେ ପ୍ରତିଷ୍ଠିତ କରିବା ପାଇଁ IIM ଏହି ପଦକ୍ଷେପ ନେଇଥିବା ନିର୍ଦେଶକ କହିଛନ୍ତି। ବୁଣାକାର ମାନେ ଏହି MOU ଦ୍ୱାରା ଅନେକ ମାତ୍ରାରେ ଲାଭବାନ ହୋଇ ପାରିବେ।
flipkartରେ ମିଳିବ ସମ୍ବଲପୁରୀ ପୋଷାକ, ସ୍ୱାକ୍ଷରିତ ହେଲା MOU - ଆଇଆଇଏମ ଓ ଫ୍ଲିଫକାର୍ଟ ମଧ୍ୟରେ ଏମଓୟୁ ସ୍ବାକ୍ଷର
ଆନ୍ତର୍ଜାତୀୟ ବଜାରରେ ବିକ୍ରି ହେବ ସମ୍ବଲପୁରୀ କପଡା । ଏନେଇ ସମ୍ବଲପୁର IIM ଓ ଫ୍ଲିଫକାର୍ଟ ମଧ୍ୟରେ MOU ସ୍ୱାକ୍ଷରିତ । ଅଧିକ ପଢନ୍ତୁ
ସମ୍ବଲପୁର IIM ଓ flipkart ମଧ୍ୟରେ MOU ସ୍ୱାକ୍ଷର
ବୁଣାକାର ମାନେ ସମ୍ବଲପୁରୀ କପଡାକୁ କିପରି ନୂଆ ନୂଆ ଡିଜାଇନ କରିପାରିବେ ସେନେଇ ବୁଣାକାରଙ୍କୁ ତାଲିମ ଦେବ IIM। ଏହା ସହ ସମ୍ବଲପୁରୀ କପଡା କିପରି ଆନ୍ତର୍ଜାତିକ ବଜ଼ାରରେ ବିକ୍ରି କରି ପାରିବେ ସେନେଇ ଫ୍ଲିପକାର୍ଟ ସହ MOU ସ୍ବାକ୍ଷର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଜଏଣ୍ଟ ସେକ୍ରେଟେରୀ ଉଷା ପାଢ଼ୀ ଓ ଫ୍ଲିପକାର୍ଟର ଅଧିକାରୀ ରଜନିଶ କୁମାର ଭର୍ଟୁଆଲ ମୋଡରେ ଯୋଗ ଦେଇଥିଲେ।
ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ