ଓଡିଶା

odisha

By

Published : Oct 17, 2019, 12:30 PM IST

ETV Bharat / city

‘ମୋ ସରକାର’ ଯୋଜନା ଫେଲ, ଅବସରର 4 ବର୍ଷ ପରେ ବି ମିଳିନି ପେନସନ

ସମ୍ବଲପୁରରେ ଫେଲ ମାରିଛି ‘ମୋ ସରକାର’ ଯୋଜନା । ଅବସରର 4 ବର୍ଷ ପରେ ବି ବିନୋଦ ବିହାରୀ ନାଏକ ମିଳିନି ପେନସନ । ଗତ 4 ବର୍ଷରୁ ନିଜ ପେନସନ ପାଇଁ ସରକାରୀ ଅଫିସ୍‌ର ଚକ୍କର କାଟି ସେ ନୟାନ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ସମ୍ବଲପୁର: ବର୍ତ୍ତମାନ ରାଜ୍ୟ ସରକାରଙ୍କ ‘5ଟି’ ସଚିବ ରାଜ୍ୟ ସାରା ସରପ୍ରାଇଜ ଭିଜିଟ କରୁଛନ୍ତି । ସାଧାରଣ ଜନତାଙ୍କ ସେବା ଓ ସୁବିଧାର ଉପଲବ୍ଧତାକୁ ପରଖିବା ପାଇଁ ଏସବୁ କରାଯାଉଛି ବୋଲି ଚାରିଆଡେ ଡିଣ୍ଡିମ ପିଟା ଯାଉଛି । ତେବେ ସମ୍ବଲପୁରରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଏସବୁ ଲୋକ ଦେଖାଣିଆ ଭଳି ମନେ ହେଉଛି । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସୂଚନା ଓ ଲୋକସମ୍ପର୍କ ବିଭାଗରେ ପିଅନ ଭାବେ କାର୍ଯ୍ୟ କରି 2015 ମସିହା ଜୁଲାଇ 31 ତାରିଖରେ ଅବସର ନେଇଥିବା ବିନୋଦ ବିହାରୀ ନାଏକଙ୍କୁ ଏପର୍ଯ୍ୟନ୍ତ ଫାଇନାଲ ପେନସନ ମିଳିନଥିବା ଏହାର ଜ୍ବଳନ୍ତ ଉଦାହରଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଦେବଗଡ ଜିଲ୍ଲା ଚନ୍ଦନଖୁଣ୍ଟି ଗାଁର ବିନୋଦ ବିହାରୀ ନାଏକ । 1979 ମସିହାରୁ ପିଅନ ଚାକିରି ଆରମ୍ଭ କରି 31 ଜୁଲାଇ 2015ରେ ଅବସର ନେଇଥିଲେ । ଇତି ମଧ୍ୟରେ ତାଙ୍କୁ ଅବସର ନେବାର 4 ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ସେ ପ୍ରୋଭିଜିନାଲ ପେନସନ ପାଉଛନ୍ତି । ଏପର୍ଯ୍ୟନ୍ତ ତାଙ୍କୁ ଫାଇନାଲ ପେନସନ ମିଳିନାହିଁ । ବୋଝ ଉପରେ ନଳିତା ବିଡା ପରି ସେ ଏବେ ପକ୍ଷାଘାତ ରୋଗରେ ପୀଡିତ । ଏସବୁ ପରେ ବି ସେ ଦେବଗଡ ଜିଲ୍ଲାରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ଆସି ନୟାନ୍ତ ହୋଇଗଲେଣି । ହେଲେ ତାଙ୍କର ଫାଇନାଲ ପେନସନ ଟିଏ ହୋଇପାରୁନାହିଁ । ସେପଟେ ତାଙ୍କର କୌଣସି ସନ୍ତାନ ନଥିବାରୁ ପ୍ରୋଭିଜିନାଲ ପେନସନରେ ମିଳୁଥିବା କମ ଟଙ୍କାରେ ଚଳିବା ମୁସକିଲ୍‌ ହୋଇପଡୁଛି ।

ଅନ୍ୟପଟେ ଏହି ବିଷୟ ନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅବଗତ ଥିବା କହିବା ସହ କାଗଜପତ୍ର ମିଳୁନଥିବାରୁ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି । ଏହା ସହ ତାଙ୍କ ସମସ୍ୟାର ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details