ଓଡିଶା

odisha

ETV Bharat / city

3 ଦିନ ପରେ ମହାନଦୀରୁ ମିଳିଲା ନିଖୋଜ ନାବାଳିକାର ମୃତଦେହ - ମହାନଦୀ ବୁଡି ଘଟଣା

ମହାନଦୀ ବୁଡି ଘଟଣା । 3 ଦିନ ପରେ ନିଖୋଜ ନାବାଳିକା ପିଙ୍କି ବିଶ୍ଵକର୍ମାଙ୍କ ମୃତଦେହ ଠାବ କଲା ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର

By

Published : Oct 9, 2019, 7:08 PM IST

ସମ୍ବଲପୁର: 3 ଦିନ ପରେ ସମ୍ବଲପୁର ମହାନଦୀରେ ବୁଡି ନିଖୋଜ ନାବାଳିକା ପିଙ୍କି ବିଶ୍ବକର୍ମାଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ । ତିନି ଦିନର ସର୍ଚ୍ଚ ଅପରେସନ ପରେ ଆଜି ଦ୍ଵିତୀୟ ମହାନଦୀ ସେତୁର ବିନାଖଣ୍ଡି ଅଞ୍ଚଳରୁ ମହାନଦୀ ଗର୍ଭରୁ ନିଖୋଜ ପିଙ୍କିଙ୍କ ମୃତଦେହ ଠାବ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର

ସୂଚନା ଯୋଗ୍ୟ ଯେ ଗତ 6 ତାରିଖ ରବିବାର ପ୍ରାୟ ଦିନ 11 ଟା ସମୟରେ ସମ୍ବଲପୁର ବଡବଜାର ସଡକ ଘାଟରେ ମହାନଦୀରେ ଗାଧୋଇବାକୁ ଯାଇଥିବା ବେଳେ 6 ଜଣ ନାବାଳିକା ପାଣିରେ ଭାସିଯାଇଥିଲେ । ସେହିଦିନ ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ପିଙ୍କି ନିଖୋଜ ହୋଇଯାଇଥିଲେ । ସେହିଦିନ ଠାରୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ରଖିଥିଲା ।

ସମ୍ବଲପୁର ଜରୁରୀକାଳୀନ ଅଧିକାରୀ ଶୁଭଶ୍ମିତା ମିଶ୍ର ଓ କ୍ଷେତରାଜପୁର ଥାନା ଅଧିକାରୀ ମମତା ନାଏକ ପ୍ରମୁଖ ଉଦ୍ଧାରକାର୍ଯ୍ୟ ସମୟରେ ଉପସ୍ଥିତ ଥିଲେ । ମୃତକଙ୍କ ପରିବାରଙ୍କୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୁଭସ୍ମିତା ମିଶ୍ର କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ କୁମାର ରାଣା, ଇଟିଭି ଭାରତ

ABOUT THE AUTHOR

...view details