ଓଡିଶା

odisha

ETV Bharat / city

କୋରୋନା କାଳରେ ଗରିବଙ୍କୁ ସାହା ‘ମନେରଗା’ - Mgnerga main source of source of employment

କୋରୋନା କାଳରେ ସବୁ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ଲୋକଙ୍କ ଜୀବନ ଓ ଜୀବିକା ଛଡାଇ ନେଇଛି ଏହି ଅଦୃଶ୍ୟ ଭାଇରସ। ତେବେ ଜୀବିକା ହରେଇଥିବା ଲୋକଙ୍କ ପ୍ରବାସୀ ଓଡ଼ିଆଙ୍କୁ ସାହା ହୋଇଛି ସରକାରଙ୍କ ମନେରେଗା ଯୋଜନା। ଅଧିକ ଖବର ପଢନ୍ତୁ...

କୋରୋନା କାଳରେ ଗରିବଙ୍କୁ ସାହା ମନେରଗା ଯୋଜନା
କୋରୋନା କାଳରେ ଗରିବଙ୍କୁ ସାହା ମନେରଗା ଯୋଜନା

By

Published : Oct 21, 2020, 4:43 PM IST

ସମ୍ବଲପୁର: କୋରୋନା କାଳରେ କଲବଲ ହେଉଛନ୍ତି ଖଟିଖିଆ ଓ ଗରିବ। ଜୀବନ ଓ ଜୀବିକାର ଅକଳିରେ ପଡିଯାଇଛନ୍ତି ସାଧାରଣ ଲୋକେ। ଅଦୃଶ୍ୟ ଭାଇରସ ଜୀବନ ଓ ଜୀବିକା ସହ ଖେଳୁଛି ଅତି ସାଙ୍ଘାତିକ ଖେଳ। ଅନେକଙ୍କ ଘର ଉଜୁଡି ଯାଇଥିବା ବେଳେ ଆଉ କାହାର ଚାକିରୀ ଛଡେଇ ନେଇଛି ରୋଗ। ତେବେ ଏତେ କଷ୍ଟ ଭିତରେ ଗରିବଙ୍କ ଆଶାର କିରଣ ସାଜିଛି ମନେରେଗା। ପ୍ରବାସୀଙ୍କ ବରଦାନ ହୋଇ ଉଭା ହୋଇଛି ମନେରଗା କାମ। ଏହାସହ ଜିଲ୍ଲା DRDA ଓ ବନ ବିଭାଗ ଅଧୀନରେ ଗ୍ରାମାଞ୍ଚଳ ଲକ୍ଷ ଲକ୍ଷ ଲୋକେ ମୃତ୍ତିକା ସଂରକ୍ଷଣ, ରାସ୍ତା କାମ, ଡ୍ରେନେଜ ନିର୍ମାଣ ତଥା ଅନ୍ୟ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ହୋଇ ଭଲ ରୋଜଗାର କରୁଛନ୍ତି। ଜଣେ ବ୍ୟକ୍ତି ସକାଳ ସାଢେ 6 ଟାରୁ ଦିନ 11 ଟା ପର୍ଯ୍ୟନ୍ତ କାମ କରି ଦୈନିକ 207 ଟଙ୍କା ରୋଜଗାର କରୁଛନ୍ତି।

କୋରୋନା କାଳରେ ଗରିବଙ୍କୁ ସାହା ‘ମନେରଗା’
ସମ୍ବଲପୁର ଡିଆରଡିଏ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ମୋଟ 5,50,2315 କାର୍ଯ୍ୟ ଦିବସ ଯୋଗାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିରୁ ବର୍ତ୍ତମାନ ସୁଦ୍ଧା 22,00,316 କାର୍ଯ୍ୟଦିବସ ଲକ୍ଷ୍ୟ ପ୍ରାପ୍ତି ହୋଇସାରିଛି ଯାହା ଧାର୍ଯ୍ୟ ଲକ୍ଷର 39% ଅଟେ। ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ଦୈନିକ ଶ୍ରମିକ ନିଯୁକ୍ତିର ଲକ୍ଷ୍ୟ 49,194 ହୋଇଥିବା ବେଳେ 48,194 ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟପଟେ ସମ୍ବଲପୁର ବନ ବିଭାଗ ମଧ୍ୟ ମନେରେଗା କର୍ଯ୍ୟରେ ଭଲ ନିଯୁକ୍ତି ଦେଇଥିବା ଡିଏଫଓ ଡଃ ସଞ୍ଜିତ କୁମାର ସୂଚନା ଦେଇଛନ୍ତି। ବନ ବିଭାଗର ଉପାନ୍ତ ଅଞ୍ଚଳରେ ଭଲ ପହଞ୍ଚ ଥିବାରୁ ବନ ବିଭାଗକୁ ମଧ୍ୟ ମନେରେଗା କାମରେ ନିଯୁକ୍ତି ପାଇଁ ଲକ୍ଷ୍ୟ ଦିଆଯାଇଛି।

ସମଗ୍ର ରାଜ୍ୟରେ ଦୈନିକ 1 ଲକ୍ଷ କାର୍ଯ୍ୟଦିବସ ଯୋଗାଇବାକୁ ବନ ବିଭାଗକୁ ନିର୍ଦେଶ ରହିଛି। କେବଳ ସମ୍ବଲପୁର ଜିଲ୍ଲା ବନ ବିଭାଗକୁ ଦୈନିକ 5 ରୁ 6 ହଜାର କାର୍ଯ୍ୟ ଦିବସ ଯୋଗାଇବାକୁ ନିର୍ଦେଶ ରହିଛି।ବର୍ତ୍ତମାନ ବନ ବିଭାଗ ପକ୍ଷରୁ 2 ହଜାର କାର୍ଯ୍ୟ ଦିବସ ଶ୍ରମିକ ମାନଙ୍କୁ ଯୋଗା ଯାଉଛି। ମୁଖ୍ୟତଃ ବନ ବିଭାଗର ସଡ଼କ ନିର୍ମାଣ, ଡ୍ରେନେଜ ନିର୍ମାଣ ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସମ୍ବଲପୁର ଡିଏଫଓ ସୂଚନା ଦେଇଛନ୍ତି।


ବର୍ତ୍ତମାନର କୋଭିଡ କଟକଣା ଜନିତ ଏହି ମାନ୍ଦାବସ୍ଥାରେ ମନେରେଗା ଲକ୍ଷ ଶ୍ରମିକଙ୍କ ରୋଜଗାର ପନ୍ଥା ପାଲଟିଛି। ତେବେ ଜିଲ୍ଲା ପ୍ରଶାସନକୁ ଆଗକୁ ଆହୁରି କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details