ସମ୍ବଲପୁର: ସାରା ରାଜ୍ୟରେ କୋରୋନା ମହାମାରୀ କାୟା ବିସ୍ତାର କରିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମ୍ବଲପୁରରେ ମଧ୍ୟ କୋରୋନାର ଭୟବହତା ରହିଛି । ସମ୍ବଲପୁରରେ ଦୈନିକ ସଂକ୍ରମଣ 300 ରୁ 500 ମଧ୍ୟରେ ରହୁଛି। ଏଭଳି ସ୍ଥିତିରେ ଆମ୍ବୁଲାନ୍ସର ଅଭାବ ଦୂର କରିବାକୁ ନିଜ ଅଟୋକୁ ଆମ୍ବୁଲାନ୍ସରେ ରୂପାନ୍ତରିତ କରିଛନ୍ତି ଜୈନିକ ବ୍ୟକ୍ତି ।
ଯୁବକଙ୍କ ପେଟପାଟଣାର ମାଧ୍ୟମ ଏହି ଅଟୋ । ଯାହାକୁ ଆମ୍ବୁଲାନ୍ସରେ ରୂପାନ୍ତରିତ କରିଛନ୍ତି ଉତ୍ସାହୀ ଯୁବକ । ଏହି ଯୁବକ ଜଣକ ହେଉଛନ୍ତି ସମ୍ବଲପୁର ଶାନ୍ତିନଗର ଅଞ୍ଚଳର ଭାରତ ମହାପାତ୍ର । ତେବେ କୋଭିଡ ରୋଗୀ ତଥା ଯେକୌଣସି ରୋଗୀଙ୍କ ପାଇଁ ଏବେ ସେ ନିଜ ଅଟୋକୁ କରିଛନ୍ତି ଆମ୍ବୁଲାନ୍ସ। ଏହି ଆମ୍ବୁଲାନ୍ସରେ ରହିଛି ସମସ୍ତ ବ୍ୟବସ୍ଥା । ଆମ୍ବୁଲାନ୍ସରେ ରହିଛି 2 ଟି ଅକ୍ସିଜେନ ସିଲିଣ୍ଡର।