ସମ୍ବଲପୁର:ଥାନା ପରିସରରେ ଯୁବକଙ୍କ ଉନ୍ମତକାଣ୍ଡ । କନେଷ୍ଟବଳ ପ୍ରେମିକା ପାଇଁ ଥାନା ପରିସରରେ ବିଷ ପିଇଲେ ଯୁବକ । ସମ୍ବଲପୁର ଟାଉନ ଥାନାରେ ଦେଖିବାକୁ ମିଳିଛି ଏଭଳି ଏକ ଚିତ୍ର । ଜଣେ ମହିଳା କନେଷ୍ଟବଳଙ୍କ ପ୍ରେମରେ ପଡ଼ି ଜଣେ ଯୁବକ ଟାଉନ ଥାନା ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳିି କାଣ୍ଡ କରିଥିବା ଯୁବକ ଜଣକ ହେଉଛନ୍ତି ସମ୍ବଲପୁର ବଡ଼ବଜାର ଅଞ୍ଚଳର ନବୀନ ଶର୍ମା ।
କନେଷ୍ଟବଳ ପ୍ରେମିକା ପାଇଁ ଥାନାରେ ବିଷ ପିଇଲେ ପ୍ରେମିକ - man consume poison in sambalpur police station
ଥାନା ପରିସରରେ ଯୁବକଙ୍କ ଉନ୍ମତକାଣ୍ଡ । କନେଷ୍ଟବଳ ପ୍ରେମିକା ପାଇଁ ଥାନା ପରିସରରେ ବିଷ ପିଇଲେ ଯୁବକ । ସମ୍ବଲପୁର ଟାଉନ ଥାନାରେ ଦେଖିବାକୁ ମିଳିଛି ଏଭଳି ଏକ ଚିତ୍ର । ଅଧିକ ପଢ଼ନ୍ତୁ...
![କନେଷ୍ଟବଳ ପ୍ରେମିକା ପାଇଁ ଥାନାରେ ବିଷ ପିଇଲେ ପ୍ରେମିକ କନଷ୍ଟେବଳ ପ୍ରେମିକା ପାଇଁ ଥାନାରେ ବିଶ ପିଇଲେ ପ୍ରେମିକ](https://etvbharatimages.akamaized.net/etvbharat/prod-images/768-512-12591081-thumbnail-3x2-k.jpg)
୨୦୧୦ ମସିହାରୁ ଜୈନିକ ମହିଳା କନଷ୍ଟେବଳଙ୍କ ସହ ନବୀନଙ୍କ ପ୍ରେମ ସମ୍ପର୍କ ରହିଥିଲା । ତେବେ ମହିଳା କନେଷ୍ଟେବଳ ଜଣକ ତାଙ୍କ ବିରୁଦ୍ଧରେ ମିଛ ମାମଲା ରୁଜୁ କରିଥିବା ଅଭିଯୋଗ ହୋଇଛି । କିଛିଦିନ ହେଲା ମହିଳା କନେଷ୍ଟବଳ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତିି ଯୁବକ । କନେଷ୍ଟବଳଙ୍କ ବିରୋଧରେ ଅଭିଯୋଗ କଲେ ସୁଦ୍ଧା କୌଣସି ଲାଭ ହୋଇନଥିବା କଥା ସେ କହିଛନ୍ତି । ଏହାକୁ ନେଇ ଯୁବକ ଜଣକ ଟାଉନ ଥାନା ପରିସରରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଯୁବକ ଜଣଙ୍କୁ ପୋଲିସ କାବୁ କରିବା ସହ ତାଙ୍କୁ ଚିକିତ୍ସା ପାଇଁ ସଦର ମେଡିକାଲରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ଡାକ୍ତର ।
ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ