ସମ୍ବଲପୁର:ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରର ସମ୍ମୁଖ ଦ୍ବାର । କୋଭିଡ ଯୋଗୁଁ ବହୁ ଦିନ ଧରି ଭକ୍ତଙ୍କ ପାଇଁ ସମ୍ମୁଖ ଦ୍ବାରା ବନ୍ଦ ରହିଥିଲା । ତେବେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଓ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି କ୍ରମେ ମନ୍ଦିରର ସମ୍ମୁଖ ଦ୍ବାରା ଭକ୍ତ ମାନଙ୍କ ପାଇଁ ଖୋଲାଯାଇଛି ।
ମନ୍ଦିରର ସମ୍ମୁଖ ଦ୍ବାର 1 ଦେଇ ଭକ୍ତ ମାନେ ପ୍ରବେଶ କରି ସମ୍ମୁଖ ଦ୍ବାର 2 ଦେଇ ପ୍ରସ୍ଥାନ କରି ପାରିବେ । କୋଭିଡ ଯୋଗୁଁ ପୂର୍ବରୁ ସମ୍ମୁଖ ଦ୍ବାରକୁ ବନ୍ଦ କରିଦିଆଯାଇଥିଲା । ତେବେ ପୂର୍ବ ପରି କୋଭିଡ କଟକଣା,ମାସ୍କ ପରିଧାନ, ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।