ଓଡିଶା

odisha

ETV Bharat / city

କୋରୋନା କହର ବଢାଇଲା ଫୁଲଚାଷୀଙ୍କ ଦୁଃଖ - _lockdown impact on flower busines

କୋରୋନା ପାଇଁ ବେପାର ବାଣିଜ୍ୟ ବନ୍ଦ। ଦେଶ ସହ ବ୍ୟବସାୟରେ ମଧ୍ୟ ଲକଡାଉନର ପ୍ରଭାବ ପଡିଛି। ସମସ୍ତେ ଘରେ ହାତ ବାନ୍ଧି ବସିଛନ୍ତି। ଏଭଳି ସ୍ଥିତିରେ ଛୋଟ ଛୋଟ ଫୁଲ ବଗିଚା କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ଓ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ଲକଡାଉନ। ଚାଷ ହେଉଛି ସତ ହେଲେ ବେପାରୀ ଆସୁନି କି ବେପାର ହେଉନି। ଅଧିକ ଖବର ପଢନ୍ତୁ...

lockdown  _impact
ଲକ ଡାଉନ ପାଇଁ ବେପାର ବନ୍ଦ, ଘାଇଲା ଫୁଲ ଚାଷୀ ଓ ବ୍ୟବସାୟୀ

By

Published : Apr 22, 2020, 1:29 PM IST

Updated : Apr 24, 2020, 9:32 AM IST

ସମ୍ବଲପୁର: କୋଭିଡ 19 ପାଇଁ ଦେଶ ସାରା ଲକ ଡାଉନ ଜାରି ରହିଛି। ଏହାର ପ୍ରଭାବ ସବୁ କ୍ଷେତ୍ରରେ ପଡିଛି। ହେଲେ କୃଷି ଓ କୃଷକ ମାନଙ୍କ ଉପରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ପଡିଛି। ଆଉ ସମ୍ବଲପୁର ରେ ଥିବା କେତେକ ହାତ ଗଣତି ଫୁଲ ଚାଷୀ ଓ ଛୋଟ ବଡ଼ ଫୁଲ ବ୍ୟବସାୟୀଙ୍କ ଉପରେ ଏହି ଲକ ଡାଉନ ଅଭିଶାପ ସାବ୍ୟସ୍ତ ହୋଇଛି।

କୋରୋନା କହର, ବଢାଇଲା ଫୁଲଚାଷୀଙ୍କ ଦୁଃଖ

ଯାହାକୁ ନେଇ ଚିନ୍ତାରେ ସମ୍ବଲପୁରର ଫୁଲ ଚାଷୀ ଓ ବ୍ୟବସାୟୀ। ସହରରେ ହାତ ଗଣତି କେତେକ ଫୁଲ ଚାଷୀ ଅଛନ୍ତି। ସେମାନଙ୍କ ମଧ୍ୟରେରେ ସମ୍ବଲପୁରର ଯୁବ ବ୍ୟବସାୟୀ ସିଦ୍ଧାର୍ଥ ସାହା ଜଣେ ଅଟନ୍ତି। ସହର ର ଫୁଲର ଚାହିଦା ମୁଖ୍ୟତଃ କୋଲକାତା ରୁ ଆସୁଥିବା ଫୁଲ ଉପରେ ନିର୍ଭର କରୁଥିବା ବେଳେ ସମ୍ବଲପୁର ରେ ସେ ନିଯେ ନିଜ ଫାର୍ମ ହାଉସରେ 50 ଡିସମିଲ ଜମିରେ ସରକାରୀ ସହାୟତାରେ ଜେର୍ବେରା ଫୁଲ ଚାଷ ଆରମ୍ଭ କରିଥିଲେ।

ଲକ ଡାଉନ ପାଇଁ ବେପାର ବନ୍ଦ, ଘାଇଲା ଫୁଲ ଚାଷୀ ଓ ବ୍ୟବସାୟୀ

ଏହି ବ୍ୟବସାୟ ସଫଳ ହେବା ସହ ଗୋଟିଏ ଦିନରେ ଏଠାରେ 2000 ରୁ 3000 ଜେର୍ବେରା ଫୁଲ ବାହାରୁ ଥିଲା । ଯାହାକୁ ସ୍ଥାନୀୟ ବ୍ୟବସାୟୀ ଯେପରିକି ସମ୍ବଲପୁର, ବରଗଡ଼, ଝାରସୁଗୁଡାର ବ୍ୟବସାୟୀ ଅପେକ୍ଷାକୃତ କମ ଦରରେ ଫୁଲ ନେଇ ବ୍ୟବସାୟ କରୁଥିଲେ।

ତେବେ ବର୍ତ୍ତମାନ ମନ୍ଦିର, ମସଜିଦ, ଗୁରୁଦ୍ୱାର ଆଦି ଧାର୍ମିକ ସ୍ଥଳ ବନ୍ଦ ହେବା ସହ ବିବାହ ,ବ୍ରତ ଆଦି ସାମାଜିକ କାର୍ଯ୍ୟ ବନ୍ଦ ହେବାରୁ ଏବେ ଫୁଲ ବ୍ୟବସାୟ ପୁରା ବନ୍ଦ ହୋଇଯାଇଛି ଓ ବଗିଚାର ଫୁଲ ବଗିଚାରେ ହିଁ ନଷ୍ଟ ହୋଇଯାଉଛି। ଏହି ସମସ୍ତ ଫୁଲର ରକ୍ଷଣା ବେକ୍ଷଣ କରିବାକୁ ନିଜ ପକେଟରୁ ଖର୍ଚ୍ଚ ହେଉଛି ବୋଲି ଫୁଲ ଚାଷି କହିଛନ୍ତି।

ଲକ ଡାଉନ ପାଇଁ ବେପାର ବନ୍ଦ, ଘାଇଲା ଫୁଲ ଚାଷୀ ଓ ବ୍ୟବସାୟୀ

ସମ୍ବଲପୁର ସହରରେ ସାଧାରଣ ସମୟରେ ଗୋଟିଏ ଫୁଲ ବ୍ୟବସାୟୀ ଗୋଟିଏ ଦିନରେ 9 ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଥାଏ। ଏପରି ଭାବରେ ଜଣେ ବ୍ୟବସାୟୀର ଗୋଟିଏ ମାସରେ 2ଲକ୍ଷ 70 ହଜାର ଟଙ୍କାର ଟ୍ରାଞ୍ଜେକ୍ସନ ହୋଇଥାଏ। ଆଉ ଗ୍ରୀଷ୍ମ ୠତୁରେ ବିବାହ ଆଦି ବହୁତ ହେଉଥିବାରୁ ଏହି ବ୍ୟବସାୟ ଆହୁରି ବଢିଯାଇଥାଏ।

ତେବେ ବର୍ତ୍ତମାନ ଲକ ଡାଉନ ଯୋଗୁ ଦୋକାନ ବଜାର ପରିବହନ ସବୁ ଠପ ହେବା ସହ କୌଣସି ସମାଜିଜ ଅନୁଷ୍ଠାନ ହେଉ ନଥିବାରୁ ଏବେ ଏହି ଛୋଟ ଫୁଲ ବେପାରୀ ମାନଙ୍କ ବ୍ୟବସାୟ ପୁରାପୁରି ବନ୍ଦ ହୋଇଯାଇଛି। ଏହି ଲକଡାଉନ କେବଳ ଫୁଲ ଚାଷୀ ନୁହେଁ ଫୁଲ ବ୍ୟବସାୟୀଙ୍କ ବ୍ୟବସାୟକୁ ମଧ୍ୟ ଲକ କରିଦେଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Apr 24, 2020, 9:32 AM IST

ABOUT THE AUTHOR

...view details