ସମ୍ବଲପୁର: ରେଙ୍ଗାଲୀ ବ୍ଲକର ତଲାବିରା ସ୍ଥିତି ଏନଏଲସି ଇଣ୍ଡିଆ କମ୍ପାନୀରେ ସ୍ଥାନୀୟ ନିଯୁକ୍ତି ଶୂନ। ଏହିପରି ଦାବି କରିଛନ୍ତି ସମ୍ବଲପୁରର କେତେକ ସୂଚନା ଅଧିକାର କର୍ମୀ। ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ସୂଚନା ଅନୁସାରେ, ଏନଏଲସିଇଣ୍ଡିଆ କମ୍ପାନୀ ଜଣେ ବି ଜମିହରା ସ୍ଥାନୀୟ ନିଯୁକ୍ତି ପାଇନଥିବା ସୂଚନା ମିଳିଛି ବୋଲି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ।
ବିଧାନସଭାରେ ରେଙ୍ଗାଲୀ ବିଧାୟକ ନାଉରୀ ନାଏକଙ୍କ ପ୍ରଶ୍ନର ଉତ୍ତରରେ ଖଣି ମନ୍ତ୍ରୀ ଏନଏଲସି ଇଣ୍ଡିଆ କମ୍ପାନୀ ରେ 141 ଜଣଙ୍କୁ ସ୍ଥାନୀୟ ନିଯୁକ୍ତି ଦିଆଯାଇଛି ବୋଲି କହିଥିଲେ। ସୂଚନା ଅଧିକାର ଆଇନ ବଳରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିଳିଥିବା ସୂଚନା ଅନୁସାରେ ଏନଏଲସି ଇଣ୍ଡିଆ କମ୍ପାନୀରେ ଜଣେବି ଜମିହରା ନିଯୁକ୍ତି ପାଇଁ ନଥିବା ସୂଚନା ରହିଛି।