ସମ୍ବଲପୁର:ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବି ମା' ସମଲେଶ୍ବରୀ । ସମେଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଅତି ଶୀଘ୍ର ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟ। କୋଣାର୍କ ମନ୍ଦିର ଢାଞ୍ଚାରେରେ ଏହା ବିକଶିତ ହେବ। ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଝିକିମିକି ଆଲୋକ ମାଳା ମଧ୍ୟରେ ଗୁଞ୍ଜରୀ ଉଠିବ ଗୌରବମୟ ସମ୍ବଲପୁରର ଇତିହାସ ଓ ମା ସମଲେଶ୍ବରୀଙ୍କ ମହିମାର ଗାଥା। ଏଥିପାଇଁ ସ୍କ୍ରିପ୍ଟ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ, ସଫ୍ଟୱେୟାର ଓ ଭଏସ ଓଭର କାର୍ଯ୍ୟ ଦିଲ୍ଲୀରେ ଜାରି ରହିଛି। ଟ୍ରାଇ କଲର ଇଣ୍ଡିଆ ସଂସ୍ଥା ଦ୍ବାରା ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟ କାର୍ଯ୍ୟ ଚାଲିଛି। ଆଉ ଏହା ନିକଟରେ ଏକ ଯାତ୍ରୀ ନିବାସ ଓ ପ୍ରସାଦ ସେବନ ଗୃହ ମଧ୍ୟ ନିର୍ମାଣ ହେବ। ଏଥିପାଇଁ 2 କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଛି। ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ବାଗତ କରିଛନ୍ତି।