ଓଡିଶା

odisha

ETV Bharat / city

ଜମି ବିବାଦକୁ କେନ୍ଦ୍ର କରି ମଝି ରାସ୍ତାରେ ମାଡପିଟ: ଭିଡିଓ ଭାଇରାଲ - ସମ୍ବଲପୁରରେ ଜମି ବିବାଦକୁ କେନ୍ଦ୍ର କରି ମାରପିଟ

ଜମି ବିବାଦକୁ କେନ୍ଦ୍ର କରି ରାସ୍ତା ମଝିରେ ଲୁହା ରଡ଼ ଓ ଛୁରୀରେ ମାରପିଟ । ଗୋଟିଏ ପକ୍ଷ ଏସପିଙ୍କ ଅନ୍ୟପକ୍ଷ ନ୍ୟାୟ ପାଇଁ ଡିଆଇଜିଙ୍କ ଦ୍ୱାରସ୍ଥ । ଅଧିକ ପଢନ୍ତୁ

ଜମି ବିବାଦକୁ କେନ୍ଦ୍ର କରି ମଝି ରାସ୍ତାରେ ମାଡପିଟ: ଭିଡିଓ ଭାଇରାଲ
ଜମି ବିବାଦକୁ କେନ୍ଦ୍ର କରି ମଝି ରାସ୍ତାରେ ମାଡପିଟ: ଭିଡିଓ ଭାଇରାଲ

By

Published : Dec 6, 2021, 10:21 PM IST

ସମ୍ବଲପୁର : ଜମି ବିବାଦକୁ ନେଇ ଗଣ୍ଡଗୋଳ । ୨ ପରିବାର ମଧ୍ୟରେ ଲାଗିଥିବା ଏ ଗଣ୍ତଗୋଳ ଉଗ୍ର ରୂପ ନେଇଛି । ମାରପିଟ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପରିବାରର ଲୋକେ ସମ୍ବଲପୁର ଡିଆଇଜିଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଅନ୍ୟ ପରିବାର ସ୍ଥାନୀୟ ଲୋକଙ୍କ ସହ ଏସପିଙ୍କୁ ଭେଟି ସ୍ମାରକ ପତ୍ର ଦେଇ ନ୍ୟାୟ ମାଗିଛନ୍ତି ।

ଜମି ବିବାଦକୁ କେନ୍ଦ୍ର କରି ମଝି ରାସ୍ତାରେ ମାଡପିଟ: ଭିଡିଓ ଭାଇରାଲ

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ବୈଦ୍ୟନାଥ ଛକ ଅଞ୍ଚଳର ଓମ ପ୍ରକାଶ ଅଗ୍ରୱାଲ ସ୍ଥାନୀୟ ଲୋକଙ୍କ ସହ ମିଶି ସମ୍ବଲପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର କୈଳାସ ଅଗ୍ରୱାଲ ଓ ତାଙ୍କ ପରିବାର ଲୋକେ ବାରମ୍ବାର ଏହି ଅଞ୍ଚଳରେ ଦାଦାଗିରି କରୁଛନ୍ତି । ହୋଇଥିବା ଅଭିଯୋଗ ଅନୁସାରେ ଓମ ପ୍ରକାଶ ଅଗ୍ରୱାଲ କୈଳାସ ଅଗ୍ରୱାଲଙ୍କ ଘର ପାର୍ଶ୍ଵରେ ଥିବା ଏକ ଜମି କିଣିଥିବାବେଳେ ଏହି ଜମିକୁ ସେ ଦଖଲ କରିବାକୁ ଯିବା ସମୟରେ କୈଳାସ ଅଗ୍ରୱାଲ ତାଙ୍କ ସହ ଓ ଜମି ବିକ୍ରି କରିଥିବା ଲୋକଙ୍କ ସହ ମାରପିଟ କରିଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ମଧ୍ୟ ହୋଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ଟାଉନ ଥାନା ପୋଲିସ ଏହି ମାଡ଼ପିଟ ଘଟଣାରେ ଓମ ପ୍ରକାଶ ଅଗ୍ରୱାଲ ପକ୍ଷରୁ 6 ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଧିକାଂଶ ଲୋକଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ଥିବାର ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି। ଅନ୍ୟପଟେ କୈଳାଶ ଅଗ୍ରୱାଲ ଅଭିଯୋଗ କରିଛନ୍ତି ଯେ ଓମ ପ୍ରକାଶ ଅଗ୍ରୱାଲ କେତେକ ଗୁଣ୍ଡା ଓ ଅସାମାଜିକ ଲୋକଙ୍କୁ ଆଣି ତାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ ଏହି ଘଟଣାରେ ଆହୁରି ଅନେକ ଲୋକ ସମ୍ପୃକ୍ତି ଥିଲେ ମଧ୍ୟ ପୋଲିସ ସେମାନଙ୍କ ଗିରଫ କରୁନାହିଁ। ଏହି ଘଟଣା ନେଇ କୈଳାଶ ଅଗ୍ରୱାଲ ଡିଆଇଜି ଅଫିସକୁ ଯାଇ ନ୍ୟାୟ ମାଗିଛନ୍ତି। ତେବେ ଆଗକୁ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details