ସମ୍ବଲପୁର: ଆସୁଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ଆସନ୍ତା କାଲି ଶୁକ୍ରବାର ବାହାରିବ ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ । ଶୁକ୍ରବାର ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପଣ୍ଡିତ ଓ ଜ୍ୟୋତିଷ୍କ ମାନଙ୍କ ମହାସଭାରେ ନୁଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯିବ। ପରମ୍ପରା ମୁତାବକ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ଅବସରରେ ନୂଆଁଖାଇ ପାଇଁ ଲଗ୍ନ ବାହାର କରାଯାଇଥାଏ ।
ଆସୁଛି ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ । ଆସନ୍ତାକାଲି ଧାର୍ଯ୍ୟ ହେବ ଲଗ୍ନ । ଏଥିପାଇଁ ଆସନ୍ତାକାଲି ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ପଣ୍ଡିତ ମହାସଭାରେ ଏହି ଶୁଭଲଗ୍ନ ଧାର୍ଯ୍ୟ ହେବ । ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଜାତକ ଅନୁସାରେ ପଣ୍ଡିତ ମାନେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରିବେ।