ସମ୍ବଲପୁର: ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତରାଞ୍ଚଳ ଆରଡିସି କାର୍ଯ୍ୟାଳୟ ଘେରାଉ କଲା କୋଶଲ ସେନା । ଆଜି ସମ୍ବଲପୁରରେ କୋଶଲ ସେନାର ସଦସ୍ୟ ମାନେ "କୋଶଲ ଜୀବିତ ଯାତ୍ରା" ବାହାର କରି ସହର ପରିକ୍ରମା କରିବା ସହ ଆରଡିସି କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
କୋଶଲ ରାଜ୍ୟ ଦାବି ନେଇ ଅଭିନବ କୋଶଲ ଜୀବିତ ଯାତ୍ରା" ବାହାର କଲା କୋଶଲ ସେନା । ଜୀବିତ ବ୍ୟକ୍ତିଙ୍କୁ ଶବପରି କାନ୍ଧରେ ବୋହି ଶୋଭଯାତ୍ରା ବାହାର କରିଥିଲା । କୋଶଲ ଆନ୍ଦୋଳନ ଜୀବିତ ଅଛି ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସୁଚେଇବା ଉଦ୍ଦେଶ୍ୟରେ ଏହି ଅଭିନବ ଯାତ୍ରା ବାହାର କରିଥିଲା କୋଶଲ ସେନା । ପଶ୍ଚିମ ଓଡିଶାର 2 କୋଟି ଲୋକଙ୍କ ଭାବନା କୁ ଅବହେଳା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି କୋଶଲ ସେନା ଅଭିଯୋଗ କରିଛି । ଏଥିପାଇଁ କୋଶଲ ରାଜ୍ୟ ଗଠନ ପାଇଁ ଦାବି କରିଛି କୋଶଲ ସେନା।