ସମ୍ବଲପୁର:ଜିଲ୍ଲାରେ ଥିବା ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରାଯିବାକୁ ଷଡଯନ୍ତ୍ର ହେଉଥିବା ନେଇ ଅଭିଯୋଗ କରିବା ସହ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଛି କୋଶଲ ସେନା । ଧିରେ ଧିରେ ଏଠାରେ ଥିବା ଯନ୍ତ୍ରପାତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ଏଠାକୁ ଆସୁଥିବା ପାଣ୍ଠିକୁ କମ କରି ଦିଆଯାଇଛି। ଆଉ ଏହାକୁ ତୀବ୍ର ବିରୋଧ କରିଛି କୋଶଲ ସେନା ।
ଏନେଇ ଆଜି( ମଙ୍ଗଳବାର) ସମ୍ବଲପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବରୁ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ଓବି(Outside Broadcasting) ଭ୍ୟାନକୁ ଇମ୍ଫାଲକୁ ପଠାଇ ଦିଆଯାଇଥିବା ବେଳେ ବର୍ତ୍ତମାନ ଏହାର ଆଉଟ ଡୋର କ୍ୟାମେରାକୁ ମୁଜାଫରପୁରକୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ହୋଇଛି ।