ଓଡିଶା

odisha

ETV Bharat / city

କମଲି ବଜାର ଉଚ୍ଛେଦ ପୂର୍ବରୁ ଉଠା ଦୋକାନୀଙ୍କୁ ଥଇଥାନ ଦାବି - କମଲି ବଜାର ଉଚ୍ଛେଦ ପୂର୍ବରୁ ଉଠା ଦୋକାନୀଙ୍କୁ ଥଇଥାନ ଦାବି

ଉଠା ଦୋକାନୀଙ୍କୁ ଥଇଥାନ ଦାବି କଲା ସଙ୍ଘ । ନୂତନ ହାଟ ବସେଇବା ସ୍ଥାନ ଚିହ୍ନଟ ନହେବା ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳର ହାଟ ବସେଇବା ପାଇଁ ଅନୁମତି ଦେବାକୁ ସଂଘ ମହାନଗର ନିଗମ ଆଗରେ ଦାବି ରଖିଥିଲା । ଅଧିକ ପଢ଼ନ୍ତୁ

କମଲି ବଜାର ଉଚ୍ଛେଦ ପୂର୍ବରୁ ଉଠା ଦୋକାନୀଙ୍କୁ ଥଇଥାନ ଦାବି କଲା ସଙ୍ଘ
କମଲି ବଜାର ଉଚ୍ଛେଦ ପୂର୍ବରୁ ଉଠା ଦୋକାନୀଙ୍କୁ ଥଇଥାନ ଦାବି କଲା ସଙ୍ଘ

By

Published : Jun 30, 2022, 7:28 AM IST

ସମ୍ବଲପୁର:ବର୍ତ୍ତମାନ ସମ୍ବଲପୁରରେ ସମଲେଇ ଯୋଜନା ପାଇଁ ଐତିହାସିକ ସାପ୍ତାହିକ କମଲିବଜାରକୁ ଉଚ୍ଛେଦ କରାଯାଉଛି । ଏଥିପାଇଁ ଗତ ରବିବାର ଦିନ ଠାରୁ କମଲିବଜାର ଅଞ୍ଚଳରେ ଉଠା ଦୋକାନୀ ମାନଙ୍କୁ ହାଟ ବସେଇବା ପାଇଁ ବାରଣ କରାଯାଇଛି । ତେବେ ଏହି ହାଟ ଉଚ୍ଛେଦ ପୂର୍ବରୁ ଉଠା ଦୋକାନୀ ମାନଙ୍କୁ ଅନ୍ୟତ୍ର ହାଟ ବସେଇବା ସ୍ଥାନ ଦେବା ପାଇଁ ଦାବି କରିଛି ସମ୍ବଲପୁର ଜିଲ୍ଲା ଉଠା ଦୋକାନୀ ସଂଘ ।

କମଲି ବଜାର ଉଚ୍ଛେଦ ପୂର୍ବରୁ ଉଠା ଦୋକାନୀଙ୍କୁ ଥଇଥାନ ଦାବି କଲା ସଙ୍ଘ
ଏନେଇ ବୁଧବାର ସମ୍ବଲପୁର ଉଠା ଦୋକାନୀ ସଂଘର ନେତୃତ୍ୱରେ ଏହି ଅଞ୍ଚଳର ଉଠା ଦୋକାନୀ ମାନେ ଯାଇ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନରଙ୍କ ସହ ଭେଟି ଏହି ସମସ୍ୟା ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଉଠା ଦୋକାନୀଙ୍କୁ ନୂତନ ହାଟ ବସେଇବା ସ୍ଥାନ ଚିହ୍ନଟ ନହେବା ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳର ହାଟ ବସେଇବା ପାଇଁ ଅନୁମତି ଦେବାକୁ ସଂଘ ମହାନଗର ନିଗମ ଆଗରେ ଦାବି ରଖିଥିଲା । ଏଥିରେ ମହାନଗର ନିଗମ ରାଜି ହୋଇଥିଲା । ଏହାସହ କମଲିବଜାରର ଉଠା ଦୋକାନୀ ମାନଙ୍କ ଥଇଥାନକୁ ସମଲେଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ସଂଘ ଦାବି କରିଛି ।ଏପଟେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ ଏହି ଉଠା ଦୋକାନୀ ମାନଙ୍କୁ ଦୋକାନ ବସାଇବା ପାଇଁ ନିକଟରେ ଏକ ଅସ୍ଥାୟୀ ସ୍ଥାନ ଦିଆଯାଇଛି । ଆଗକୁ ସ୍ଥାୟୀ ସ୍ଥାନ ପ୍ରଦାନ କରାଯିବ ବୋଲି ଡେପୁଟି କମିଶନର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details