ଓଡିଶା

odisha

ETV Bharat / city

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ହିମାଂଶୁ ଲାଲ - ଉତ୍ତରାଞ୍ଚଳ ଡିଆଇଜି

ଶୁକ୍ରବାର ସମ୍ବଲପୁର ଉତ୍ତରାଞ୍ଚଳ ଡ଼ିଆଇଜି ଭାବେ ଯୋଗ ଦେଇଛନ୍ତି ହିମାଂଶୁ ଲାଲ। ଏହି ଅବସରରେ ସେ ନିଜ ରେଞ୍ଜର ଜିଲ୍ଲା ଗୁଡିକର ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ସହ, ମାଓ ଗତିବିଧି ଉପରେ ରୋକ ଲଗାଇବାକୁ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

ଉତ୍ତରାଞ୍ଚଳ ଡିଆଇଜି ଭାବେ ଯୋଗ ଦେଲେ ହିମାଂଶୁ ଲାଲ

By

Published : Aug 23, 2019, 11:31 PM IST

ସମ୍ବଲପୁର: ଆଜି(ଶୁକ୍ରବାର) ଉତ୍ତରାଞ୍ଚଳ ଡିଆଇଜି ଭାବେ ଯୋଗ ଦେଇଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ହିମାଂଶୁ ଲାଲ। ଏହି ଅବସରରେ ଉତ୍ତରାଞ୍ଚଳ ରେଞ୍ଜ ଅଧୀନରେ ଆସୁଥିବା ଜିଲ୍ଲା ଗୁଡିକର ଏସପି ନୂଆ ଡିଆଇଜି ଭାବେ ଯୋଗ ଦେଇଥିବା ହିମାଂଶୁ ଲାଲଙ୍କୁ ସ୍ବାଗତ କରିଛନ୍ତି ।

ଉତ୍ତରାଞ୍ଚଳ ଡିଆଇଜି ଭାବେ ଯୋଗ ଦେଲେ ହିମାଂଶୁ ଲାଲ


ଆଜି(ଶୁକ୍ରବାର) ସମ୍ବଲପୁର ଉତ୍ତରାଞ୍ଚଳ ଡ଼ିଆଇଜି ଭାବେ ଯୋଗ ଦେଇଛନ୍ତି ହିମାଂଶୁ ଲାଲ । ଏହି ଅବସରରେ ସେ ନିଜ ରେଞ୍ଜର ଜିଲ୍ଲା ଗୁଡିକର ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ସହ, ମାଓ ଗତିବିଧି ଉପରେ ରୋକ ଲଗାଇବାକୁ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ 5T ଅନୁଯାୟୀ କାମ କରିବେ ବୋଲି କହିଛନ୍ତି। ଏହାସହ ଯେପରି କୌଣସି ସାଧାରଣ ଜନତା ଅନ୍ୟାୟର ଶିକାର ନହେବେ ସେନେଇ ସେ ସର୍ବଦା ତତ୍ପର ରହିବେ ଓ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।


ଅନ୍ୟପଟେ ଆଜି(ଶୁକ୍ରବାର) ସମ୍ବଲପୁର ରେଞ୍ଜର ବିଦାୟୀ ଡିଆଇଜି ସତ୍ୟବ୍ରତ ଭୋଇ ମଧ୍ୟ ନିଜ କାର୍ଯ୍ୟକାଳ ମଧ୍ୟରେ ଗତ ସାଧରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ କରାଇବା ବଡ଼ ଉପଲବ୍ଧି ବୋଲି କହିଥିଲେ।


ସମ୍ବଲପୁରରୁ ଜୁସମନ ରଣା, ଇଟିଭି ଭାରତ

ABOUT THE AUTHOR

...view details