ଓଡିଶା

odisha

By

Published : Sep 15, 2021, 8:54 PM IST

ETV Bharat / city

ପଞ୍ଚାୟତ ନିର୍ବାଚନରେ ଗାଁରେ ରାଜନୈତିକ ଦଳକୁ ନାଁ: ସମ୍ବଲପୁର କୃଷକ ସଙ୍ଗଠନ

ଜିଲ୍ଲାରେ କୃଷକମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନ, ସରକାରଙ୍କ ମଣ୍ଡି ଘରୋଇକରଣ ନେଇ ତାତିଲେ ଜିଲ୍ଲାର କୃଷକ । ଏନେଇ ଜିଲ୍ଲାରେ ବୈଠକ ହେବା ନେଇ ପ୍ରସ୍ତୁତ ହେଉଛି କୃଷକ ସଙ୍ଗଠନ । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଦଳକୁ ନାଁ, କୃଷକ ସଙ୍ଗଠନ
ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଦଳକୁ ନାଁ, କୃଷକ ସଙ୍ଗଠନ

ସମ୍ବଲପୁର: ପଞ୍ଚାୟତ ନିର୍ବାଚନରେ ଗ୍ରାମକୁ ପଶିପାରିବେନି କୌଣସି ରାଜନୈତିକ ଦଳର ନେତା । ଏନେଇ ଆଗାମୀ ଦିନରେ ଜିଲ୍ଲାରେ କୃଷକଙ୍କର ଏକ ବିରାଟ ସମାବେଶ ଅନୁଷ୍ଠିତ ହେବ । ତେବେ ଜିଲ୍ଲାର ପରମାନପୁର ଅଞ୍ଚଳର ବିଶାଳଖିଣ୍ଡା ଗାଁରେ ଆଜି (ବୁଧବାର) ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ହୋଇଥିବା ଏହି କୃଷକ ସମାବେଶରେ କୃଷକଙ୍କ 20ଟି ସମସ୍ୟା ନେଇ ଆଲୋଚନା ହୋଇଛି ।

ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଦଳକୁ ନାଁ, କୃଷକ ସଙ୍ଗଠନ

ମୁଖ୍ୟତଃ କେନ୍ଦ୍ର ସରକାରଙ୍କ 3 ନୂତନ କୃଷି ଆଇନରେ ଥିବା କୃଷକ ବିରୋଧୀ ନୀତି, ରାଜ୍ୟ ସରକାରଙ୍କ ମଣ୍ଡି ଘରୋଇକରଣ ଓ ଠିକା ଚାଷ ନେଇ ହୋଇଥିବା ଅଧ୍ୟାଦେଶ, ମରୁଡି ମୁକାବିଲା, ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥାରେ ପରିବର୍ତ୍ତନ, ରାଜ୍ୟ ସରକାରଙ୍କ ବୋନଶ ପ୍ରଦାନ ଉପରେ ଆଲୋଚନା ହୋଇଥିଲା ।

ତେବେ ଏହାସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷି ନୀତିରେ ପରିବର୍ତ୍ତନ ନ ଆଣିଲେ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯିବ ଓ କୌଣସି ରାଜନୈତିକ ଦଳର ନେତା କିମ୍ବା କାର୍ଯ୍ୟକର୍ତାଙ୍କୁ ଗାଁରେ ପଶିବାକୁ ଦିଆଯିବନି ବୋଲି କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details