ସମ୍ବଲପୁର: ଆଜି (ଶୁକ୍ରବାର) ହେଉଛି ବିଶ୍ୱ ରକ୍ତଦାତା ଦିବସ । ରକ୍ତଦାତା ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିବା ସହ ଜନଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ ସବୁଠି ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଠାରେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡବ୍ୟାଙ୍କଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।