ସମ୍ବଲପୁର: ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣିଲା ସ୍ବାମୀ । ପାରିବାରିକ କଳହର କରୁଣ ପରିଣତି । ନିଜ ସ୍ତ୍ରୀର ବେକ କାଟିଲା ସ୍ୱ।ମୀ । ଏପରି ହୄଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ବତେମୁରା ହରିଜନପଡାରେ ।
ପାରିବାରିକ କଳହରୁ ସ୍ତ୍ରୀର ବେକ କାଟିଦେଲା ସ୍ବାମୀ
ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ
ରବିବାର ସକାଳ ୧୦ ଟା ସମୟରେ ବତେମୁରା ଗ୍ରାମର ହରିଜନପଡାରେ ରହୁଥିବା ୪୦ ବର୍ଷିୟ ଆନନ୍ଦ ରାକସ ଓ ତାଙ୍କ ୩୫ ବର୍ଷିୟ ସ୍ତ୍ରୀ ଲକ୍ଷ୍ମୀ ରାକସଙ୍କ ମଧ୍ୟରେ ପାରିବାରିକ କଳହରୁ ଝଗଡା ହୋଇଥିଲା । ସ୍ୱାମୀ ଆନନ୍ଦ ରାକସ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକକୁ ଆକ୍ରମଣ କରିବା ଯୋଗୁଁ ସ୍ତ୍ରୀର ବେକ କଟି ଯାଇଥିଲା । ପରେ ସ୍ଥାନୀୟ ଲୋକଙ୍କ ଠାରୁ ଏହି ହତ୍ୟାକାଣ୍ଡ ଘଟଣାର ଖବର ପାଇଁ ଧମା ପୋଲିସ ଥାନା ଅଧିକାରୀ ତାରାବତି ପଧାନ ହରିଜନପଡାକୁ ଆସି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଏହାସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ତଦନ୍ତ ଆରମ୍ଭ କରିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ