ଓଡିଶା

odisha

ETV Bharat / city

ଉନ୍ନତିକରଣ ଅପେକ୍ଷାରେ ବିମଳେଶ୍ଵର ବାବାଙ୍କ ବକ୍ର ମନ୍ଦିର - ଅବହେଳିତ ବକ୍ର ମନ୍ଦିର

ସମ୍ବଲପୁର ଜିଲ୍ଲାର ହୁମା ସ୍ଥିତ ବିମଲେଶ୍ଵର ବାବାଙ୍କ ବକ୍ର ମନ୍ଦିରର ବହୁତ ପ୍ରସିଦ୍ଧି ରହିଛି। ଏଥିପାଇଁ ଏଠାକୁ ଉଭୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ତେବେ ସମୟ ଅନୁସାରେ ଏହି ସ୍ଥାନରେ ଯେଉଁପ୍ରକାର ସୌନ୍ଦର୍ଯ୍ୟକରଣ ହେବ କଥା ତାହା ହୋଇପାରିନି। ଏହା ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏଠାରେ ଯେଉଁ ସବୁ ସର୍ବନିମ୍ନ ସୁବିଧା ରହିବା କଥା ତାହା ମଧ୍ୟ ନାହିଁ। ପ୍ରମୁଖ କଥା ହେଲା ମନ୍ଦିରର ଢାଞ୍ଚାର ସଂରକ୍ଷଣ ପାଇଁ କାର୍ଯ୍ୟ ହାତକୁ ନିଆଯାଉ ନଥିବାରୁ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।

ଉନ୍ନତିକରଣ ଅପେକ୍ଷାରେ ବିମଳେଶ୍ଵର ବାବାଙ୍କ ବକ୍ର ମନ୍ଦିର
ଉନ୍ନତିକରଣ ଅପେକ୍ଷାରେ ବିମଳେଶ୍ଵର ବାବାଙ୍କ ବକ୍ର ମନ୍ଦିର

By

Published : Jul 14, 2020, 9:30 PM IST

ସମ୍ବଲପୁର: ସହରର ପ୍ରସିଦ୍ଧ ବକ୍ର ମନ୍ଦିର। ରହସ୍ୟମୟ ଏହି ମନ୍ଦିର ପ୍ରତ୍ୟେକ ଦିନ ଅତି କ୍ଵଚିତ ମାତ୍ରା ରେ ବକ୍ର ହୋଇଥାଏ। ଏହି ମନ୍ଦିର ଉପରେ ଅନେକ ଗବେଷଣା ଜାରି ରହିଥିବା ବେଳେ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳେ। ଏହାର ଅଦ୍ଭୁତ ଭୌଗୋଳିକ ଅବସ୍ଥିତି, ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଅଧ୍ୟାତ୍ମିକ ଗୁରୁତ୍ୱ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଛି। ତେବ ଏଠାରେ ଯେଉଁ ପ୍ରକାର ଉନ୍ନତି କରଣ, ସୌନ୍ଦର୍ଯ୍ୟକରଣ ଓ ସଂରକ୍ଷଣ ହେବ କଥା ତାହା ଅଧାରେ ହିଁ ଅଟକିଯାଇଛି।

ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏଠାରେ ଯାତ୍ରୀ ନିବାସ ,ଶୌଚାଳୟର ଅଭାବ ରହିଛି। ଅଲୋକୀକରଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ମହିଳାଙ୍କ ପାଇଁ ଏଠାରେ ପରିସ୍ରାଗାରା ଟିଏ ମଧ୍ୟ ନାହିଁ। ଏପଟେ ମନ୍ଦିରର ଚତୁଃପାର୍ଶ୍ୱ ରେ ଯେଉଁପ୍ରକାର ବିକାଶ ହେବା କଥା ତାହା ହୋଇପାରିନଥିବା ସ୍ଥାନୀୟରେ ଅଭିଯୋଗ ଆଣିଛନ୍ତି।ଅନ୍ୟ ପଟେ ଏହି ମନ୍ଦିରର ବକ୍ର ହେବାର ପ୍ରକ୍ରିୟା ପ୍ରତ୍ୟେକ ଦିନ ଜାରି ରହିଛି ବୋଲି INTACH ବିଶେଷଜ୍ଞ କୁହନ୍ତି।

ଉନ୍ନତିକରଣ ଅପେକ୍ଷାରେ ବିମଳେଶ୍ଵର ବାବାଙ୍କ ବକ୍ର ମନ୍ଦିର

ସବୁଠାରୁ ବଡ଼ କଥା ହେଲା ଏଠାରେ ଥିବା ମନ୍ଦିର ର ପ୍ରମୂଖ କାନ୍ଥ ସହ ଚତୁରପାର୍ଶ୍ଵରେ ଥିବା ମନ୍ଦିର ଗୁଡିକ ର କାନ୍ଥ ରେ ଅନେକ ଛୋଟ ବଡ଼ ଫାଟ ଦେଖିବାକୁ ମିଳୁଛି। ଆଉ ଏହାର ମରାମତି ମଧ୍ୟ ହେଉନି। ତେବେ ବର୍ତ୍ତମାନ ସ୍ଥିତି ରେ ଏହି ଫାଟ ଗୁଡିକରୁ ବଡ଼ ବିପଦ ନଥିଲେ ମଧ୍ୟ ଆଗକୁ ଏହାର ସଂରକ୍ଷଣ ପାଇଁ ପଦକ୍ଷେପ ନ ନିଆଗଲେ ମନ୍ଦିର ପ୍ରତି ବଡ଼ ବିପଦ ହୋଇପାରେ ବୋଲି ବିଶେଷଜ୍ଞ କୁହନ୍ତି। INTCH ବିଶେଷଜ୍ଞଙ୍କ ମତରେ ଏହି ମନ୍ଦିରର ବକ୍ର ହେବାର ପ୍ରକ୍ରିୟା ଏବେବି ଜାରି ରହିଛି।

2014-15 ମସିହାରେ ରେ 13ତମ ଫାଇନାନ୍ସ କମିଶନ ଅଧୀନରେ ଇନଟାକ(Indian National Trust for Art and Cultural Heritage) ର ଏକ ଟିମ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ୱ ଭିଭାଗ ପାଇଁ ଏହାର ପୁନରୁଦ୍ଧାର କାର୍ଯ୍ୟ କରିଥିଲା। ସେତେବେଳେ ଆଇଆଇଟି ଖଡକପୁରର ଏକ ପ୍ରତ୍ନତ୍ବତ୍ୱବିତଙ୍କ ଏକ ଟିମ ଏଠାକୁ ଆସି ଏଠାରୁ ମାଟିର ନମୁନା ନେଇ ଏହା ଉପରେ ରିସର୍ଚ୍ଚ କରୁଛନ୍ତି। ସେତେବେଳେ ଏହା ଜଣା ପଡ଼ିଥିଲା ଯେ ନଦୀକୂଳରେ ଏହି ମନ୍ଦିର ଥିବାରୁ ମାଟି ଭିତରେ ପ୍ରାକୃତିକ ଭୁସ୍କଳନ ଯୋଗୁ ଏହି ମନ୍ଦିରର ବକ୍ର ହେବାର ପ୍ରକ୍ରିୟା ଏବେ ବି ଜାରି ରହିଛି। ମାନେ ପ୍ରତ୍ୟେକ ଦିନ ଏହି ମନ୍ଦିର ଅତି କ୍ଵଚିତ ମାତ୍ରା ରେ ବକ୍ର ହୋଇଥାଏ। ତେବେ ଏହା ଉପରେ ଏବେ ବି ଗବେଷଣା ଜାରି ରହିଛି ବୋଲି ବିଶେଷଜ୍ଞ କୁହନ୍ତି।

ତେବେ ସ୍ଥାନୀୟ ପଞ୍ଚାୟତ ଅଧୀନରେ କେବଳ ମନ୍ଦିର ପରିସର ବାହାରର ଉନ୍ନତିକରଣର କ୍ଷମତା ରହିଛି ବୋଲି ସ୍ଥାନୀୟ ସରପଞ୍ଚ କୁହନ୍ତି। କିନ୍ତୁ ଏହି ମନ୍ଦିର ଟି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ର ପ୍ରତ୍ନତତ୍ୱ ବିଭାଗ ର ଅଧିକାର ଓ ସଂରକ୍ଷଣ ରେ ରହି ଥିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ କେବଳ ରାଜ୍ୟ ସରକାରଙ୍କ ହାତରେ ରହିଛି।

ବିଶ୍ବର ଏକମାତ୍ର ବକ୍ର ଓ ଐତିହାସିକ ମନ୍ଦିର। ଏହି ମନ୍ଦିରର ପରିବେଶ ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ। ତେଣୁ ଯଥାଶୀଘ୍ର ଏହାର ମରାମତି କାର୍ଯ୍ୟ ସରକାର ହାତକୁ ନେବା ଜରୁରୀ। ଯାହାଫଳରେ ଏହି ପ୍ରାଚୁର୍ଯ୍ୟଭରା ମନରୋମ ପରିବେଶକୁ ଉପୋଭୋଗ କରିବାକୁ ପର୍ଯ୍ୟଟଙ୍କ ସୁଅ ଛୁଟିବ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details