ସମ୍ବଲପୁର: ଶୀତରେ ରାଜ୍ୟକୁ ଆସିଛନ୍ତି ବିଦେଶୀ ଅତିଥି । ଏମାନଙ୍କ ଆଗମନରେ ପ୍ରକୃତିରାଣୀର ଶୋଭା ବୃଦ୍ଧି ପାଇଛି । ଗତ 7 ତାରିଖରେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ବନ ବିଭାଗ ପକ୍ଷୀଗଣନା ଆରମ୍ଭ ହୋଇଛି । ଏନେଇ ଆଜି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଚଳିତ ବର୍ଷ 104 ଟି ପ୍ରଜାତିର ମୋଟ 2.08 ଲକ୍ଷ ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଛନ୍ତି । ଏହାସହ ଏଥର 19ଟି ନୂଆ ପ୍ରଜାତିର ପକ୍ଷୀ ହୀରାକୁଦକୁ ଆସିଥିବା ଜଣାପଡିଛି।
ଏଥର ବ୍ଲାକ ବିଟେମ (Black Bittem), ପେରିଗ୍ରୀନ ଫାଲକନ( Perigrine Falcon) , ସ୍ବିଫ୍ଟ (Swift), ବ୍ଲାକ ହେଡେଡ ଲିବିସ(Black headed Lbis) , ରୁଡି କ୍ରେକ୍(Ruddy Crake) , ହ୍ବାଇଟ ବେଲିଡ ସି (White Bellied Sea) ଓ ଇଗଲ (Eagle) ରହିଛନ୍ତି । ସେହିପରି ଫୁଲଭୋସ୍ ୱିଷ୍ଟଲିଂ ଡକ୍ (Fulvouswhistling Duck),ପିଡବଚଚାର୍ଟ (Piedbushchart) , ଲଙ୍ଗ ଟେଲଡ ସ୍ରିକ (Long tailed Shrike) , ଷ୍ଟ୍ରିଟେଡ୍ ହେରୋନ୍ (Striated Heron) ,ପ୍ୟାଡି ଫିଲଡ ପିପିଟ( Paddyfield Pipit) , ବ୍ଲାକ ସୋଲଡର କାଇଟ(Black Shoulder Kite) , ବିୟର୍ସ ପୋଚାର୍ଡ (Bear's Pochard) , ଓ୍ବେଷ୍ଟର୍ଣ୍ଣ ୟେଲୋ ଓ୍ବାଗଟେଲ (Western Yellow wagtail) , ନୋବ ବିଲ୍ଡ୍ ଡକ୍ (Knob Billed Duck) , ସାଇବରିଆନ୍ ରୁବି ଥ୍ରୋଟ(Siberian Rubby Throat), ରେଡୱିଙ୍ଗ୍ ବୁଶ୍ ଲାର୍କ (Redwinged Bush Lark) , କ୍ରେଷ୍ଟେଡ୍ ଲାର୍କ (Crested Lark) ଓ ଗ୍ରୀନ ସ୍ୟାଣ୍ଡ ପିପର (Green Sand Piper) ଆଦି ପ୍ରଜାତିର ପକ୍ଷୀ ଆସିଛନ୍ତି।