ଓଡିଶା

odisha

ETV Bharat / city

ସାମାନ୍ୟ ବଢିଲା ହୀରାକୁଦ ଜଳସ୍ତର; କେନାଲରେ ନିଷ୍କାସିତ ହେଉଛି ପାଣି

କ୍ଷମତା ଠାରୁ ବହୁତଳେ ରହିଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର । ଯାହାର ସିଧା ସଳଖ ପ୍ରଭାବ ପଡିଛି ଚାଷ ସହ ବିଦ୍ୟୁତ ଉତ୍ପାଦନରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Jul 29, 2019, 8:40 PM IST

ସମ୍ବଲପୁର: ଜୁଲାଇ ମାସ ଶେଷ ହେବାକୁ ଆଉ ଦୁଇଦିନ ବାକିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର 6 ଶହ ଫୁଟରେ ପହଞ୍ଚିପାରିନାହିଁ । ଯାହା ଜଳ ଭଣ୍ଡାର ଏବଂ ରାଜ୍ୟ ପାଇଁ ଚିନ୍ତା ବଢାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ଗତ ଦୁଇଦିନ ମଧ୍ୟରେ ନଦୀବନ୍ଧର ଉପର ମୁଣ୍ଡରେ ବର୍ଷା ହେବାରୁ ଜଳସ୍ତର ସାମାନ୍ୟ ବଢିଛି କିନ୍ତୁ ତାହା ମଧ୍ୟ ଯଥେଷ୍ଟ ନୁହେଁ । ବର୍ତ୍ତମାନ ଜଳସ୍ତର 598 ଫୁଟରୁ 598.87ଫୁଟ ରେ ପହଞ୍ଚିଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବାବେଳେ ଗତ କିଛିଦିନ ହେଲା ଜଳସ୍ତର କମିବାରେ ଲାଗିଛି ।


ଯାହାର ସିଧା ସଳଖ ପ୍ରଭାବ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବ କେନାଲ ସହ ବିଦ୍ୟୁତ ଉତ୍ପାଦନରେ ପଡିଛି । କିନ୍ତୁ ଗତ 24ଘଣ୍ଟା ଭିତରେ ଉପର ମୁଣ୍ଡରେ ବର୍ଷା ହେବାରୁ ବର୍ତ୍ତମାନ ଜଳ ଭଣ୍ଡାରକୁ ରୁ 18,000 କ୍ୟୁସେସ ଜଳ ପ୍ରବେଶ କରୁଥିବାବେଳେ 3600 କ୍ୟୁସେସ ଜଳ କେନାଲ ମାଧ୍ୟମରେ ନିଷ୍କାସିତ ହେଉଛି।


ସମ୍ବଲପୁରରୁ ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details